ନୂଆଦିଲ୍ଲୀ : ମାତ୍ର ୬ ଦିନରେ ଦେଶରେ ୧,୦୮୬,୦୦୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆଜି ଗୋଟିଏ ଦିନରେ ଦେଶରେ ୨,୧୭,୩୫୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୧୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମାତ୍ର ୬ ଦିନରେ ଦେଶରେ ୧୦ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୧୦ ତାରିଖରେ ଦେଶରେ ମୋଟ୍ ସଂକ୍ରମଣ ମାମଲା ୧୩,୨୦୫,୯୨୬ ଥିବା ବେଳେ ଏପ୍ରିଲ୍ ୧୬ରେ ଏହା ୧୪,୨୯୧,୯୨୭କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ୨ ଲକ୍ଷ ୧୭ ହଜାରରୁ ଅଧିକ ସଂକ୍ରମଣ ମାମଲା ସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୪୨,୯୧,୯୧୭ ପହଞ୍ଚିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ୧୫ ଲକ୍ଷ ଟପିଯାଇଛି। ଗତକାଲି ୧୧୮୫ କରୋନା ମୃତ୍ୟୁ ହେବା ସହ ମୋଟ୍ ମୃତ୍ୟୁସଂଖ୍ୟା ୧,୭୪,୩୦୮କୁ ବୃଦ୍ଧି ପାଇଛି।