Odia News Portal

ଏତଲା ପରେ ମିଛ ପ୍ରଶ୍ନପତ୍ର ଭାଇରାଲ କରିଥିବା ବ୍ୟକ୍ତି ଜଣକ କଲେ ଭିଡିଓ ଡିଲିଟ

ପ୍ରଶ୍ନପତ୍ର ଭାଇରାଲ ମିଛ କଥା କହି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରି ନିଜର ସବସ୍କ୍ରାଇବର ଓ ଭିୟୁ ବଢାଇବା ପାଇଁ ପ୍ରଶ୍ନପତ୍ର ଦେବାଭଳି ଦାବି କରୁଥିବା ୟୁଟ୍ୟୁବରଙ୍କ ମନରେ ଛନକା ପଶିଛି । ଅଭିଷେକ ପଣ୍ଡା ନାମକ ଜଣେ ୟୁଟ୍ୟୁବର ନିଜ ଚ୍ୟାନେଲର ଭିୟୁ ଓ ସବସ୍କ୍ରାଇବ ବଢାଇବା ପାଇଁ ଠକାମୀର ଜାଲ ବୁଣିଥିଲେ । ଆଉ ଖବର ପ୍ରସାରଣ ପରେ ଯେଉଁ ଭିଡିଓରେ ଅଭିଷେକ ମିଛ ପ୍ରତିଶ୍ରୁତି ଦେଉଥିଲେ ଓ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଠକୁଥିଲେ, ଏବେ ସେହି ଭିଡିଓକୁ ନିଜେ ଡିଲିଟ କରିଦେଇଛନ୍ତି । ସମ୍ପୃକ୍ତ ୟୁଟ୍ୟୁୁବ ଚ୍ୟାନେଲରେ ଏବେ ଆଉ ସେହି ଭିଡିଓ କିଛି ନାହିଁ ।

ଏହି ଖବର ପ୍ରସାରଣ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତତ୍ପର ହୋଇଛି । ପ୍ରଶ୍ନପତ୍ର ଭାଇରାଲ ନେଇ ସାଇବର ଥାନାରେ ଏତଲା ଦିଆଯାଇଛି । ଛାତ୍ରଛାତ୍ରୀ ଏଭଳି ନକଲି ପ୍ରଶ୍ନପତ୍ରରେ ପ୍ରଭାବିତ ନହେବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।