ଆଜି ଆରମ୍ଭରୁ ବିଧାନସଭାରେ ପ୍ରଶ୍ନକାଳ ବେଳେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗତକାଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ବେଳେ ହୋଇଥିବା ଗଣ୍ଡଗୋଳକୁ ନେଇ ତାତିଛନ୍ତି ବିଜେପି ବିଧାୟକ। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ। ଗୃହକାର୍ଯ୍ୟ ଅଚଳ ହେବାରୁ ବାଚସ୍ପତି ଗୃହକୁ ପୂର୍ବାହ୍ଣ ୧୧.୩୦ ପର୍ଯ୍ୟନ୍ତ ମୁଳତବି ରଖିଛନ୍ତି।
ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି କମ୍ପିଛି ଗୃହ। ସେଥିପାଇଁ ୧୧.୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ରଖିଛନ୍ତି। ବିଧାନସଭା ବାହାରେ ଏହି ପ୍ରସଙ୍ଗକୁ ନେଇ ବିଜେପି ଧାରଣା ଜାରି ରଖି ଥିବା ବେଳେ ଗୃହ ଭିତରେ ଏହି ପ୍ରସଙ୍ଗ ଉଠାଇ ତୁମ୍ଭିତୋଫାନ କରିଛନ୍ତି ଭାରତୀୟ ଜନତା ପାର୍ଟିର ସଦସ୍ୟ।