Odia News Portal

କ୍ୟାପିଟାଲ ହସ୍ପିଟାଲ୍‌ରେ ହେବ ପେଟ୍ ସିଟି ସ୍କାନ୍‌ ବ୍ୟବସ୍ଥା

କର୍କଟ ରୋଗୀଙ୍କ ଚିକିତ୍ସା ପ୍ରସଂଗରେ ସରକାରଙ୍କ ସତ୍ୟପାଠ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ କର୍କଟ ଚିକିତ୍ସା ଶାଖା (କ୍ୟାନସର ୱିଙ୍ଗ୍) ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି। ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ଓ ଆଉ ଦୁଇଟି ମହଲା କୋଠାରେ ପ୍ରଥମ ପର୍ଯ୍ୟାୟରେ ଏହି କର୍କଟ ଚିକିତ୍ସା ଶାଖା ଚାଲିବ। ଭବିଷ୍ୟତରେ ଆଉ ୪ଟି ମହଲାକୁ ଏହି ଚିକିତ୍ସା କେନ୍ଦ୍ର ସଂପ୍ରାସାରିତ ହେବ। ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ (କୋଠା)ଙ୍କ ତରଫରୁ ଏହି ନିର୍ମାଣ କାର୍ଯ୍ୟ ପାଇଁ ୨୦୨୩ ଫେବ୍ରୁଆରି ୨୨ରେ ଟେଣ୍ଡର ଆହ୍ବାନ କରାଯାଇଛି। ପ୍ରଥମ ମହଲାରେ ପେଟ୍-ସିଟି ସ୍କାନ ବ୍ୟବସ୍ଥା ପାଇଁ ଯୋଜନା କରାଯାଇଛି। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ପେଟ୍ ସିଟି ପାଇଁ ସରଞ୍ଜାମ ଆଣିବା ପ୍ରକ୍ରିୟା ଆରମ୍ଭ ହେବ। ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ଦୁଇ ବର୍ଷ ଲାଗିବ ଓ ଏହାପରେ ପେଟ୍ ସିଟି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ।