Odia News Portal

ପୁରୀ ଜିଲ୍ଲାରେ ଖୋଲିବ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ପଞ୍ଚାୟତ ସ୍ତରରେ ଖୋଲିବ ଆଉ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର। ୫ରୁ ୭ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଏହି ସ୍ବାସ୍ଥ୍ୟଉପକେନ୍ଦ୍ର ଉପଲବ୍ଧ ହେବ। ଔଷଧ ସୁବିଧା ସହ ଯୋଗ, ନିଦାନ, ଓପିଡି, ମାଗଣା ଔଷଧ ସେବା, ଟେଲି ପରାମର୍ଶ ସୁଯୋଗ ଉପଲବ୍ଧ ହେବ। ତେବେ ସେଠାରେ ଡାକ୍ତର ନିଯୁକ୍ତ ପାଇବେ ନାହିଁ। ବରଂ ଷ୍ଟାଫ ନର୍ସ ଶ୍ରେଣୀର କର୍ମଚାରୀଙ୍କୁ ତାଲିମ ଦିଆଯାଇ ଏହି ସେବା ଉପଲବ୍ଧ ହେବ। ଫଳ‌ରେ ଏଣିକି ପ୍ରାଥମିକ ଚିକିତ୍ସା ପାଇଁ ଲୋକେ ପିଏଚ୍‌ସି ଓ ସିଏଚ୍‌ସିକୁ ନଆସି ନିଜ ଘର ପାଖରେ ସ୍ବାସ୍ଥ୍ୟ ସେବା ପାଇପାରିବେ।

୧ଲକ୍ଷ ଜନସଂଖ୍ୟାରେ କମ୍ୟୁନିଟି ହେଲ୍‌ଥ ସେଣ୍ଟର୍‌ (ସିଏଚ୍‌ସି) ଓ ୩୦ ହଜାର ଜନସଂଖ୍ୟାରେ ପବ୍ଲିକ୍‌ ହେଲ୍‌ଥ କେୟାର୍‌ (ପିଏଚ୍‌ସି) ରହିଥିବା ବେଳେ ସ୍ବାସ୍ଥ୍ୟ ସେବାକୁ ତୃଣମୂଳ ସ୍ତରକୁ ନେବା ଉଦ୍ଦେଶ୍ୟରେ ଏବେ ୫ରୁ ୭ ହଜାର ଜନସଂଖ୍ୟା ମଧ୍ୟରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଏଭଳି ପରିକଳ୍ପନା କରାଯାଇଛି। ‌୭ଟି ବ୍ଲକ୍‌ରେ ୧୬ଟି ଉପ ସ୍ବାସ୍ଥ୍ୟକେନ୍ଦ୍ର ‌ସ୍ଥାପନ ହେବ। ଏଥିପାଇଁ ୫କୋଟି ୫୦ କୋଟିର ବ୍ୟୟ ବରାଦ ରଖାଯାଇଛି। ୧୮୦ ଦିନ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଟେଣ୍ଡର ହୋଇଯାଇଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି।