Odia News Portal

ଛେନାପୋଡ଼କୁ ମିଳିବ GI tag

ଆୟୁଷ୍ମାନ ଯାଜପୁର ମହୋତ୍ସବରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ବେଳେ ଛେନାପୋଡ଼ ଖାଇଥିଲେ । ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଉଲ୍ଲେଖ କରିଥିଲେ, ‘ଛେନାପୋଡ଼ର ଏହି ପୋଡ଼ା ଅଂଶ ମୋ ଜୀବନର ‘ଡାର୍କ ସାଇଡ୍‌ (ଦୁଃଖ ମୁହୂର୍ତ୍ତ)’କୁ ସଫଳତାର ସହ ଏଡ଼ାଇ ଦେଉଛି।’ ଆୟୁଷ୍ମାନଙ୍କ ଏହି ଟ୍ୱିଟ ପରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତାଙ୍କୁ ଧନ୍ୟବାଦ ମଧ୍ଯ ଜଣାଇଥିଲା।

ଛେନା ପୋଡ଼ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଜିଆଇ ଟ୍ୟାଗ ମିଳିବା ଉଚିତ ବୋଲି କେତେକ ଲୋକ ଅନୁଭବ କରିଛନ୍ତି । ପୂର୍ବରୁ ନୟାଗଡ଼ ଜିଲ୍ଲାର ଲୋକମାନେ ନିଜ ଜିଲ୍ଲାର ପରିଚୟ ‘ଛେନା ପୋଡ’ ପାଇଁ ଜିଆଇ ଟ୍ୟାଗ୍ ଦାବି କରିଆସୁଛନ୍ତି।