‘ଆବର୍ଜନାରୁ ସମ୍ପଦ’ ହେଉଛି ‘ସ୍ବଚ୍ଛ ଭାରତ ଅଭିଯାନ’ର ଗୋଟାଏ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ବୋଲି ଆଜି ‘ମନ୍ କୀ ବାତ୍’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବୟଂ ସହାୟକ ସଙ୍ଗଠନ ଚଳାଉଥିବା ଭଉଣୀ କମଳା ମହାରଣାଙ୍କ କଥା ଉଲ୍ଲେଖ କରି କହିଲେ, ଏହି ସଙ୍ଗଠନର ମହିଳାମାନେ ‘କ୍ଷୀର ପାଉଚ୍’ ଏବଂ ଅନ୍ୟାନ୍ୟ ‘ପ୍ଲାଷ୍ଟିକ୍ ପ୍ୟାକେଜିଙ୍ଗ୍’ ସାମଗ୍ରୀରୁ ଚାଙ୍ଗୁଡ଼ି ଏବଂ ମୋବାଇଲ୍ ଷ୍ଟାଣ୍ଡ୍ ଭଳି ଅନେକ ଜିନିଷ ତିଆରି କରୁଛନ୍ତି। ଏହା ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ଭଲ ଆୟର ଉତ୍ସ ହୋଇପାରିଛି। ଆମେ ଯଦି ଶପଥ କରିବା, ପରିଚ୍ଛନ୍ନ ଭାରତ ପାଇଁ ଆମେ ବଡ଼ ଅବଦାନ ଦେଇପାରିବା। ପ୍ଲାଷ୍ଟିକ୍ ବ୍ୟାଗ୍ ସ୍ଥାନରେ କପଡ଼ା ବ୍ୟାଗ୍ ବ୍ୟବହାର କରିବା ପାଇଁ ଆମେ ଅନ୍ତତଃ ପ୍ରତିଜ୍ଞା କରିପାରିବା। ଆପଣମାନେ ଜାଣିପାରିବେ ଯେ, ଆପଣଙ୍କ ପ୍ରତିଜ୍ଞା କିଭଳି ଆପଣମାନଙ୍କୁ ଆତ୍ମ ସନ୍ତୋଷ ଦେବା ସହିତ ଅନ୍ୟମାନଙ୍କୁ ପ୍ରେରିତ କରୁଛି।
ଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ଆପଣଙ୍କ ମନର କ୍ଷମତା ଜାଣନ୍ତି। ସେହିଭଳି, ସମାଜର କ୍ଷମତା ସହିତ କେମିତି ଦେଶର କ୍ଷମତା ବୃଦ୍ଧି ପାଏ ‘ମନ୍ କୀ ବାତ୍’ର ବିଭିନ୍ନ ସଂସ୍କରଣରେ ଆମେ ଦେଖିଛନ୍ତି, ବୁଝିଛନ୍ତି ଓ ହୃଦୟଙ୍ଗମ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କର ମନେ ଥିବ ସର୍ଦାର୍ ପଟେଲ୍ଙ୍କ ଜନ୍ମବାର୍ଷିକୀ ‘ଏକତା ଦିବସ’ ଅବସରରେ ଆମେ ‘ମନ୍ କୀ ବାତ୍’ରେ ତିନୋଟି ପ୍ରତିଯୋଗିତା କଥା ଆଲୋଚନା କରିଥିଲେ। ସେ ସବୁ ଥିଲା, ଦେଶାତ୍ମବୋଧ ଉପରେ ଆଧାରିତ ‘ଗୀତ’ ‘ନାନାବାୟା ଗୀତ’ ଓ ‘ମୁରୁଜ’ (ହିନ୍ଦୀରେ ‘ଗୀତ୍’, ‘ଲୁଲାବି’ ଏବଂ ‘ରଙ୍ଗୋଲି’)।
ପ୍ରଧାନମନ୍ତ୍ରୀ ମୋଦୀ ‘ଉସ୍ତାଦ୍ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର’ ବିଷୟରେ ଆଲୋଚନା କହିଲେ, ବାରାଣସୀ କଥା ହେଉ କି, ସାହାନାଇ କଥା ହେଉ ଉସ୍ତାଦ ବିସ୍ମିଲ୍ଲା ଖାଁଙ୍କ ଆଡ଼କୁ ଧ୍ୟାନ ଯିବା ସ୍ବାଭାବିକ କଥା। କିଛି ଦିନ ତଳେ ‘ଉସ୍ତାଦ୍ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର’ ପ୍ରଦାନ କରାଯାଇଛି।
ଗୋଟିଏ ସ୍ବର ବଜାଇ ପ୍ରଧାନମନ୍ତ୍ରୀ କହିଲେ, ଏ ବାଦ୍ୟଟି କ’ଣ ଜାଣନ୍ତି କି? ସମ୍ଭବତଃ ଏବେ ବି ଜାଣି ପାରୁ ନ ଥିବେ! ଏହି ବାଦ୍ୟର ନାଁ ହେଉଛି ‘ସୁର୍ସିଙ୍ଗାର୍’ ଏହି ସ୍ବରଟିର ସୁରକାର ହେଉଛନ୍ତି ଜୟଦୀପ ମୁଖାର୍ଜୀ।
‘ଇ-ସଞ୍ଜୀବନି ଆପ୍’ ଡାକ୍ତରୀ କ୍ଷେତ୍ରରେ ‘ଟେଲି କନ୍ସଲ୍ଟେସନ୍’ ବିଷୟରେ ଜାଣିବା ନିମନ୍ତେ ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସିକିମ୍ର ଜଣେ ଡାକ୍ତରଙ୍କ ସହିତ ଆଳାପ କରିବା ସହିତ ପ୍ରଧାନମନ୍ତ୍ରୀ କହିଲେ, ଆମ ଦେଶର ସବୁ ପ୍ରାନ୍ତରେ ଡିଜିଟାଲ୍ ଇଣ୍ଡିଆର କ୍ଷମତା ଦୃଶମାନ ହେଉଛି। ସମସ୍ତଙ୍କ ନିକଟକୁ ‘ଡିଜିଟାଲ୍ ଇଣ୍ଡିଆ’ର କ୍ଷମତା ପହଞ୍ଚାଇବାରେ ବିଭିନ୍ନ ‘ଆପ୍’ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।
ଦେଶରୁ ବିଲୁପ୍ତ ହୋଇଯାଇଥିବା ଅନେକ ପ୍ରଥା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ, ଦେଶରୁ ଅନେକ ମହାନ୍ ପ୍ରଥା ବିଲୁପ୍ତ ହୋଇଗଲାଣି। ଲୋକମାନଙ୍କର ମନରୁ ବି ତାହା ବିସ୍ମରଣ ହୋଇଗଲାଣି। ସର୍ବସାଧାରଣଙ୍କ ଅଂଶ ଗ୍ରହଣରେ ଏବେ ସେଗୁଡ଼ିକର ପୁନଃପ୍ରଚଳନ ପାଇଁ ଉଦ୍ୟମ କରାଯାଉଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ହୁଗୁଳିରେ ହେଉଥିବା ତ୍ରିବେଣୀ କୁମ୍ଭ ମହୋତ୍ସବ କଥା କହିଛନ୍ତି। ୭୦୦ ବର୍ଷ ତଳୁ ଏହା ବନ୍ଦ ହୋଇଯାଇଥିଲା।