Odia News Portal

ଆହ୍ଲାବାଦ ପରେ ପରିବର୍ତ୍ତନ ହେବ ଏହି ଦୁଇଟି ସହରର ନାମ..

ଉତ୍ତର ପ୍ରଦେଶରେ ଆହ୍ଲାବାଦର ନାମକୁ ପରିବର୍ତ୍ତନ କରି ଏହାର ପୁରୁଣାନାମ ଅନୁସାରେ ପ୍ରୟାଗରାଜ ରଖାଯାଇଥିଲା । ଏବେ ମହାରାଷ୍ଟ୍ରର ଦୁଇଟି ସହର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି ।

ମହାରାଷ୍ଟ୍ରର ମରାଠଓ୍ୱାଡାରେ ଥିବା ଔରଙ୍ଗାବାଦ ଏବଂ ଉସମାନାବାଦର ନାମ ପରିବର୍ତ୍ତନ କରାଯିବ । ଔରଙ୍ଗାବାଦର ନାମ ଛତ୍ରପତି ସମ୍ଭାଜୀ ନଗର ଏବଂ ଉସମାନାବାଦର ନାମ ଧାରାଶିବ ରଖିବା ପାଇଁ ମହାରାଷ୍ଟ୍ରର ଶିନ୍ଦେ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଥିଲେ । କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ।

ଉସମାନାବାଦର ପୂର୍ବନାମ ଧାରାଶିବ ଥିଲା, ଏଠାରେ ଅନେକ ଗୁମ୍ଫା ରହିଛି , ଏଥିରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ରହିଛି । ଔରଙ୍ଗଜେବଙ୍କ ପରେ ଏହାର ନାମକୁ ପରିବର୍ତ୍ତନ କରାଯାଇଥିଲା । ସେହପରି ଔରଙ୍ଗଜେବ ଦକ୍ଷିଣକୁ ଆସିବା ପରେ ଔରଙ୍ଗାବାଦ ସ୍ଥାପନା ହୋଇଥିଲା । ପରେ ଶିବାଜୀଙ୍କ ପୁଅ ସମ୍ଭାଜୀ ୮ ବର୍ଷ ପର୍ଯ୍ୟନ୍ତ ଏଠାରେ ଶାସନ କରିଥିଲେ । ମାତ୍ର ୩୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କରି ସମ୍ମାନରେ ଏହାର ନାମ ଛତ୍ରପତି ସମ୍ଭାଜୀ ନଗର ରଖାଯିବ ।