ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୃଷି ଓ ସମବାୟ ଉପରେ ବଜେଟ ପର ୱେବିନାରରେ ଉଦ୍ବୋଧନ ଦେଇଛନ୍ତି । ସରକାର ବଜେଟ ପର ୧୨ଟି ବିଷୟ ଉପରେ ଆୟୋଜନ କରୁଥିବା ୱେବିନାର ମଧ୍ୟରୁ ଏହା ହେଉଛି ଦ୍ୱିତୀୟ । କେନ୍ଦ୍ର ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ପ୍ରସ୍ତାବ ଓ ମତାମତ ସଂଗ୍ରହ କରିବା ନେଇ ସରକାର ଏହାର ଆୟୋଜନ କରୁଛନ୍ତି। ସମବେତ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଚଳିତ ବଜେଟ ଓ ଗତ ଆଠ-ନଅ ବର୍ଷ ମଧ୍ୟରେ କୃଷିକୁ ଦିଆଯାଇଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ୨୦୧୪ ମସିହାରେ ଯେଉଁ କୃଷି ବଜେଟ ପରିମାଣ ୨୫ ହଜାର କୋଟିରୁ କମ ଥିଲା ତାହା ଆଜି ୧ ଲକ୍ଷ ୨୫ ହଜାର କୋଟିରୁ ଅଧିକ ହୋଇଛି ବୋଲି ସେ ଜଣାଇଥିଲେ। ନିକଟ ବର୍ଷଗୁଡ଼ିକରେ ହୋଇଥିବା ପ୍ରତ୍ୟକ ବଜେଟ ଗାଁ, ଗରିବ ଓ କିଷାନ ବଜେଟ ବୋଲି କୁହାଯାଉଥିବା ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାଧୀନତା ଠାରୁ ବହୁଦିନ ଧରି ଭାରତର କୃଷି କ୍ଷେତ୍ର ଅବହେଳିତ ହୋଇ ରହିଥିବାରୁ ଖାଦ୍ୟ ସୁରକ୍ଷା ପାଇଁ ଭାରତକୁ ବିଶ୍ୱର ଅନ୍ୟାନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା । ମାତ୍ର ଭାରତୀୟ ଚାଷୀମାନେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣି ଭାରତକୁ ଆତ୍ମନିର୍ଭରଶ କରାଇବା ସହ ଖାଦ୍ୟଶସ୍ୟ ରପ୍ତାନୀର ସାମର୍ଥ୍ୟ ମଧ୍ୟ ଦେଖାଇଦେଲେ। ଆଜି ଭାରତ ଅନେକ କିସମର କୃଷିଜାତ ସାମଗ୍ରୀ ରପ୍ତାନୀ କରୁଛି ବୋଲି କହି ପ୍ରଧାନମନ୍ତ୍ରୀ ଆମର ଚାଷୀମାନଙ୍କୁ ଘରୋଇ ଓ ଆନ୍ତର୍ଜାତିକ ବଜାର ସହ ପରିଚିତ କରାଇବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି କହିଥିଲେ । ଯେତେବେଳେ ଆତ୍ମନିର୍ଭରଶୀଳତା ଓ ରପ୍ତାନୀର ପ୍ରସଙ୍ଗ ଆସେ ସେତେବେଳେ ଭାରତର ଲକ୍ଷ୍ୟ କେବଳ ଚାଉଳ ଓ ଗହମକୁ ନେଇ ସୀମିତ ରହିବା ଅନୁଚିତ । ପ୍ରଧାନମନ୍ତ୍ରୀ ୨୦୨୧-୨୨ରେ ଡାଲି ଆମଦାନୀ ବାବଦ ୧୭୦୦୦ କୋଟି, ଅନ୍ୟାନ୍ୟ ମୂଲ୍ୟଯୁକ୍ତ ଖାଦ୍ୟ ପଦାର୍ଥ ବାବଦ ୨୫ ହଜାର କୋଟି ଓ ଖାଇବା ତେଲ ଆମଦାନୀ ବାବଦ ୧.୫ ଲକ୍ଷ କୋଟି ଖର୍ଚ୍ଚ କରାଯାଇଥିବାର ଉଦାହରଣ ଦେଇଥିଲେ । ସମୁଦାୟ ରପ୍ତାନୀ ଖାଦ୍ୟ ପଦାର୍ଥର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ହେବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଦେଶକୁ ଆତ୍ମିନିର୍ଭର କରିବା ପାଇଁ ଅନେକ ନିଷ୍ପତ୍ତି ନିଆଯାଉଛି ଓ ଏଥିପାଇଁ ଆମଦାନୀ ବାବଦ ହେଉଥିବା ଖର୍ଚ୍ଚ ମଧ୍ୟ ଚାଷୀଙ୍କ ନିକଟରେ ପହଞ୍ଚିପାରିବ । ସେ ଏମଏସପି ବୃଦ୍ଧି, ଡାଲି ଉତ୍ପାଦନ ନିମନ୍ତେ ପ୍ରୋତ୍ସାହନ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟାନ ସଂଖ୍ୟା ବୃଦ୍ଧି ଓ ଖାଇବା ତେଲ ବାବଦକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବା ନେଇ ଦିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉଦହରଣମାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷି କ୍ଷେତ୍ରରେ ଥିବା ବାଧାବିଘ୍ନମାନ ଦୂର ନ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିକାଶର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ । ଘରୋଇ କ୍ଷେତ୍ରରୁ ନବୋନ୍ମେଷ ଓ ପୁଞ୍ଜି ବିନିଯୋଗ କୃଷି କ୍ଷେତ୍ର ପ୍ରତି ଉଦାସୀନ ଥିବାରୁ ଏଥିରେ ଯୁବଗୋଷ୍ଠୀର ସହଭାଗିତା କମ୍ ରହିଛି ଓ ଅନ୍ୟାନ୍ୟ କ୍ଷେତ୍ରରେ ସକାରାତ୍ମକ ନିବେଶ ଓ ସହଯୋଗ ଯୋଗୁ ସେ କ୍ଷେତ୍ରଗୁଡ଼ିକ ଉନ୍ନତି କରୁଥିବା ଲକ୍ଷ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏଥିପାଇଁ ରାଣନୀତିକ ପରିବର୍ତ୍ତନ, ବୃହତ ବଜାରରେ ପ୍ରବେଶ, ପ୍ରଯୁକ୍ତି ଜରିଆରେ ବୁନ୍ଦା ଜଳ ସେଚନ ଉପରେ ଗୁରୁତ୍ୱ । ମେଡିକାଲ ପରୀକ୍ଷା ଭଳି ମାଟି ପରୀକ୍ଷାଗାର ଇତ୍ୟାଦି କେତେକ ସୁଧାର ବ୍ୟବସ୍ଥା ଉପରେ ସେ କହିଥିଲେ । ଠିକ୍ ସମୟରେ ଠିକ୍ ପରାମର୍ଶ, ସରକାରଙ୍କ ନୀତି ଓ ସୁବିଧା ନେଇ ଚାଷୀମାନଙ୍କୁ ଠିକ୍ ସମୟରେ ଅବଗତ କରାଇବା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠୀକୁ ନିବେଦନ କରିଥିଲେ । ପାଣିପାଗ ନେଇ ସଠିକ ବିବରଣୀ ଦେବା ସହ ଅତ୍ୟାଧୁନିକ ଶସ୍ୟ ଅମଳର ଆକଳନ ଡ୍ରୋନ ଜରିଆରେ କରିବା ଉପରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱ ଆରୋପ କରିଥିଲେ ।