Odia News Portal

ସ୍ତ୍ରୀଙ୍କ ପାଇଁ ମନ୍ଦିର ତୋଳିଲେ ସ୍ୱାମୀ : କାମ ସମ୍ପୂର୍ଣ୍ଣ ୮କୋଟି ଟଙ୍କା ଖର୍ଚ୍ଚ

ଇତିହାସ ସାକ୍ଷୀ ଅଛି ସ୍ତ୍ରୀ ମମତାଜଙ୍କ ପାଇଁ ସ୍ୱାମୀ ଶାହାଜାହାନ ଗଢ଼ିଥିଲେ ତାଜମହଲ । ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକ୍କଣା ଗାଁରେ ବୈଜୟନ୍ତୀ ଲେଙ୍କାଙ୍କ ପାଇଁ ସ୍ୱାମୀ କ୍ଷେତ୍ରବାସୀ ଲେଙ୍କା ଗଢ଼ିଛନ୍ତି ସନ୍ତୋଷୀ ମା’ଙ୍କ ମନ୍ଦିର । ୬୪ ଫୁଟ ଉଚ୍ଚତା ବିଶିଷ୍ଟ ସନ୍ତୋଷୀଙ୍କ ମା’ଙ୍କ ମନ୍ଦିର ତିଆରି ହୋଇଛି । ୨୦୦୮ରୁ ଆରମ୍ଭ ହୋଇଥିବା ମନ୍ଦିର କାମ ଏବେ ସମ୍ପୂର୍ଣ୍ଣ ହୋଇଛି । ଆସନ୍ତା ୨୮ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ଏହି ମନ୍ଦିର ।

କ୍ଷେତ୍ରବାସୀ ନିଜ ସ୍ତ୍ରୀଙ୍କୁ ଭଲ ପାଉଥିବାରୁ ସ୍ତ୍ରୀ ଦେଖୁଥିବା ସ୍ୱପ୍ନକୁ ପୁରା କରିବା ପାଇଁ ନିଜ ଗାଁ ଜଗତସିଂହପୁର ପରିବର୍ତ୍ତେ ସ୍ତ୍ରୀଙ୍କ ଗାଁରେ ପ୍ରାୟ ୮କୋଟି ଟଙ୍କାର ମନ୍ଦିର ତୋଳି ଭେଟି ଦେବାକୁ ଯାଉଛନ୍ତି । ଦିନେ ମା’ଙ୍କ ପୂଜା ପାଇଁ ଆସ୍ଥାନ ଖୋଜି ପାଉନଥିବା ବୈଜୟନ୍ତୀ ଏବେ ନିଜ ଗାଁ ଲୋକଙ୍କ ପାଇଁ ଏହି ମନ୍ଦିର ହୋଇଛି ବୋଲି କହିଛନ୍ତି । ମନ୍ଦିର ତୋଳିବାରେ ଗାଁ ଲୋକ ମଧ୍ୟ ସହଯୋଗ କରିଥିବା କହିଛନ୍ତି ବୈଜୟନ୍ତୀ ।