ଝାରପଡ଼ା ପେଟ୍ରୋଲ ପମ୍ପ ଗୁଲିକାଣ୍ଡ ଘଟଣାର ମାଷ୍ଟରମାଇଣ୍ଡଙ୍କୁ ମେନାଜ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ମନୋଜଙ୍କ ଘର ସମ୍ବଲପୁର ଜିଲାର ବୁର୍ଲା ଥାନା ଗାନ୍ଧୀନଗର ଅଞ୍ଚଳରେ । ସେ ଖାରେବଳନଗର ଥାନା ଅନ୍ତଗର୍ତ ରିକ୍ସା କଲୋନୀର ରହୁଥିଲେ । ତାଙ୍କ ନିକଟରୁ ଏକ ବନ୍ଧୁକ ସେମତ ୨ଟି ମାଗାଜିନ୍ ଓ ୯ଟି ଅଫୁଟା ଗୁଳି ଜବତ ହୋଇଛି । ଶେଷରେ କୋର୍ଟ ତାଙ୍କୁ ଜେଲ ପଠାଇ ଦେଇଛନ୍ତି । ସେ ଜଣେ ଦୁର୍ଦାନ୍ତ ପେଶାଦାର ଅପରାଧି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରର ବିଭିନ୍ନ ଥାନାରେ ତାଙ୍କ ନାମରେ ୧୫ଟି ମାମଲା ରହିଛି । ସେ ୨୦୧୬ରୁ ଅପରାଧ ସଂଙ୍ଗଠିତ କରୁଥିଲେ । ଟିକେଟ୍ ବ୍ଲାକିଂ ଠାରୁ ଆରମ୍ଭ କରି, ଲଟ୍, ହତ୍ୟା, ହତ୍ୟା ଉଦ୍ୟମ ସଙ୍ଗିନ ମାମଲା ରହିଛି । ପୁଲିସ ସୂଚନା ମୁତାବକ, ମେନାଜ ଶ୍ରୀୟା ଟକିଜ୍ରେ ଟିକେଟ୍ ବ୍ଲାକ୍ କରି ଅପରାଧ ଜଗତରେ ପାଦ ଥାପି ଥିଲେ । ଏହାପରେ ଅପରାଧ ଜଗତର ଗୋଟିଏ ପରେ ଗୋଟିଏ ଶିଡି ଚଢିବାକୁ ଲାଗିଥିଲେ । ପୁଲିସ ଗିରଫ କରୁଥିଲେ ମଧ୍ୟ ତାଙ୍କ ଗିରଫଦାରୀକୁ ଖାତିର ନ ଥିଲା । ତେବେ ୨୦୨୨ ମାର୍ଚ୍ଚ ୨୭ ତାରିଖ ରାତିରେ ଝାରପଡ଼ା ଗୋଲେଇ ଛକ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ମେନାଜ ୨ ସହଯୋଗୀଙ୍କ ସହ ତେଳ ପକାଇବାକୁ ନେଇ ଜଣେ ଯୁବକଙ୍କ ସହ ବଚସା ହୋଇଥିଲ । ମେନାଜଙ୍କ ଦୁଇ ସହଯୋଗୀ ମନୋଜଙ୍କୁ ଡକାଇଥିଲେ । ସାମାନ୍ୟ ବଚସାରୁ ସେ ତାଙ୍କୁ ଗୁଳିମାଡ଼ କରିଥିଲେ । ପରେ ପୁଲିସ ନଜରରୁ ବଞ୍ଚିବା ପାଇଁ ସେ ସେଠାରୁ ଫେରାର ହୋଇଯାଇଥିଲେ । ଗୋଟିଏ ରାଉଣ୍ଡ ଗୁଳି ଜଣେ ଯୁବକଙ୍କ ଗୋଡ଼ରେ ବାଜିଥିଲା । ଯାହାଫଳରେ ସମ୍ପୃକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଆଜି ମନୋଜଙ୍କୁ ଗିରଫ କରାଯାଇଛି ।