Odia News Portal

ବିଧାନସଭା ଅଧିବେଶନରେ ଭର୍ଚୁଆଲ ମୋଡକୁ ବିରୋଧ :ସର୍ବଦଳୀୟ ବୈଠକ ବର୍ଜନ କଲା ବିଜେପି

ବିଧାନସଭା ଅଧିବେଶନର ଭର୍ଚୁଆଲ ମୋଡକୁ ବିରୋଧ କରି ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି । ସମସ୍ତେ ଗୃହକୁ ଆସି ଭାଗନେବାକୁ ଦାବି କରିଛି ଦଳ । ପାର୍ଲାମେଣ୍ଟ କିମ୍ବା ଅନ୍ୟ କୌଣସି ବିଧାନସଭାରେ ଭର୍ଚୁଆଲ ବ୍ୟବସ୍ଥା ନାହିଁ । ଓଡ଼ିଶା ବିଧାନସଭାରେ ଏଭଳି ବ୍ୟବସ୍ଥା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୋଟ ୧୫ଟି ବିଷୟ ଉପରେ ହୋଇଛି ଆଲୋଚନା । ପ୍ରଥମ ଥର ପାଇଁ ଜନସାଧାରଣଙ୍କୁ ବିଧାନସଭା ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିବା କହିଛନ୍ତି ବାଚସ୍ପତି । ଏହି ବୈଠକରେ ଯୋଗ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ସାମିଲ ହୋଇଥିଲେ । ବିଜେପି ତରଫରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ସାମିଲ ହୋଇଥିଲେ । ଏହା ସହ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।