Odia News Portal

ବାହା ବେଦିରୁ ପ୍ରେମିକ ସହ ଫେରାର ହେଲା କନ୍ୟା

ବିବାହ ପାଇଁ ବର ଆସିଥିଲେ , ଥାଟବାଟ ସହ କନିଆଁ ଘରେ ପହଞ୍ଚିଲେ ବର। ହାତଗଣ୍ଠି ପଡ଼ିଲା। ହୋମ ନିଆଁକୁ ସାକ୍ଷୀ ରଖି କନିଆ ସିନ୍ଥିରେ ସିନ୍ଦୂର ଦେଲେ, ହେଲେ କନ୍ୟା ବିନା ଏକୁଟିଆ ଫେରିଗଲେ ବର। ହୋମ ନିଆଁ ଲିଭିବା ପୂର୍ବରୁ ପ୍ରେମିକ ସହ ଚମ୍ପଟ ମାରିଲେ କନିଆଁ। ଏପରି ଅଭିଯୋଗ ଆସିଛି ବଲାଙ୍ଗିରରୁ। କନିଆଁ ପଳାଇଯିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବର।
ଦେଓଗାଁ ବ୍ଲକ୍ ମୁକୁନ୍ଦପୁର ଅଞ୍ଚଳର ଉକ୍ତ ଯୁବକ ପ୍ରେମକୁମାର ମାଝୀଙ୍କର ବ୍ରାହ୍ମଣପଡ଼ାରେ ଜଣେ ଯୁବତୀ ଲିଜା ସହିତ ବାହାଘର ସ୍ଥିର ହୋଇଥିଲା । ହେଲେ ବିବାହ ପରେ ଯୁବତୀ ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି । ଏବେ ଯୁବକଜଣଙ୍କ ଟାଉନ ଥାନାରେ ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି । ବିବାହ ପରେ ଯୁବତୀଙ୍କ ଏଭଳି କାରନାମା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏପରିକି ନିଜ ମାନ ଇଜ୍ଜତ ଚାଲିଯାଇଥିବାରୁ ପୁଲିସ ଏଦିଗରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏବେ ଯୁବତୀ ପଳାଇବାର ଏକ ସିସିଟିଭି ଭିଜୁଆଲ ଭାଇରାଲ ହେବାରେ ଲାଗିଛି ।