Odia News Portal

ବଞ୍ଚି ଥାଉ ଥାଉ ନିଜ ସ୍ତ୍ରୀକୁ ମୃତ କହି ଦ୍ଵିତୀୟ ବିବାହ କଲେ ରସିକିଆ ଶିକ୍ଷକ

ବଞ୍ଚିଥାଉ ଥାଉ ନିଜ ସ୍ତ୍ରୀକୁ ମୃତ କହି ଦ୍ଵିତୀୟ ବିବାହ କଲେ ରସିକିଆ ଶିକ୍ଷକ । ତାହା ପୁଣି ନିଜ ସ୍କୁଲରେ ବିବାହ ଉତ୍ସବ ପାଳନ କରି କେକ୍ କାଟି ପାର୍ଟି କଲେ । ଆଉ ସେମାନଙ୍କ ସାଥ ଦେଇଥିଲେ ଉକ୍ତ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରି। ଆଉ ଏହି ଖବର ଶୁଣିବା ପରେ ମୃତ ଦର୍ଶାଇଥିବା ସ୍ତ୍ରୀ ନିରୁପମା ଡାକୁଆ ରଶିକିଆ ଶିକ୍ଷକ ସ୍ବାମୀ ନାମରେ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି । ରଶିକିଆ ଶିକ୍ଷକ ଜଣକ ହେଲେ ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ସୁଜାମାଜୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀପତି ନାୟକ। ଶ୍ରୀପତି ନାୟକଙ୍କ ଘର ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଦଣ୍ଡିମାହା ଗ୍ରାମରେ ହୋଇଥିବା ବେଳେ ୨୦୦୩ ମସିହାରେ ନିରୁପମା ଡାକୁଆଙ୍କୁ ଶ୍ରୀପତି ବିବାହ କରିଥିଲେ । ତିନି ବର୍ଷ ପରେ ଏକ ଝିଅ ଜନ୍ମ ହୋଇଥିଲା। ଝିଅ ଜନ୍ମ ହେବା ପରେ ସ୍ତ୍ରୀ ଉପରେ ଆରମ୍ଭ ହୋଇଥିଲା ଶାରୀରିକ ସହ ମାନସିକ ନିର୍ଯ୍ୟାତନା । ପ୍ରତି ଦିନ ସ୍ତ୍ରୀକୁ ନିର୍ଯ୍ୟାତନା ଦେଇ ରସୀକିଆ ଶିକ୍ଷକ ବାହାରେ କରୁଥିଲେ ରାସଲୀଳା। ହେଲେ ଲୁଚା ଛପା ପ୍ରେମ କେତେ ଦିନ ବା ଚାଲିବ । ଶେଷରେ ସ୍ତ୍ରୀ, ସ୍ୱାମୀର ସବୁ ଚୋରା ପିରତି ପ୍ରେମ ଜାଣି ଯାଇଥିଲେ । ଏହାପରେ ଆରମ୍ଭ ହେଲା କଳି । ପ୍ରଥମେ ଫୁଲବାଣୀ ପରିବାର କୋର୍ଟରେ ଆରମ୍ଭ ହୋଇଥିଲା ମାମଲା । ଏହା ପରେ ବାଲିଗୁଡା କୋର୍ଟରେ ସ୍ବାମୀ ଶ୍ରୀପତି ନାୟକ ଛାଡ଼ପତ୍ର ପାଇଁ ଆବେଦନ ପତ୍ର ଦେଇଥିଲେ । ହେଲେ କୋର୍ଟରେ କେସ ଚାଲିଥିବା ବେଳେ ରସିକିଆ ଶିକ୍ଷକ ସ୍ବାମୀ ଜଣେ ଯୁବତୀଙ୍କୁ ଗତ ୬ ତାରିଖ ଦିନ ବିବାହ କରିଥିଲେ । ତାହା ପୁଣି ସୁଜାମାଜୁ ସ୍କୁଲ ପରିସର ମଧ୍ୟରେ । ଉକ୍ତ ସ୍କୁଲ ମଧ୍ୟରେ ଫୁଲମାଳ ପିନ୍ଧି କେକ କାଟିଥିଲେ । ଆଉ ବରଯାତ୍ରୀ ଓ କନ୍ୟାଯାତ୍ରୀ ସାଜିଥିଲେ ଉକ୍ତ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ । ସମସ୍ତେ ରହିଥିଲେ ସ୍କୁଲ ୟୁନିଫର୍ମ ପୋଷାକରେ । ପିଲାଙ୍କ ପାଠପଢା ଛାଡ଼ି ରସିକିଆ ଶିକ୍ଷକଙ୍କ ପାର୍ଟିରେ ମସଗୁଲ ଥିଲେ ଶିକ୍ଷକ ମାନେ । ଆଗକୁ ପିଲାଙ୍କ ପରୀକ୍ଷା ରହିଥିବା ବେଳେ ପିଲାଙ୍କୁ ପାଠ ନପଢାଇ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ରସିକିଆ ଶିକ୍ଷକଙ୍କ ପାର୍ଟିରେ ସାମିଲ ଥିଲେ । ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ପାଠପଢା ସମୟର ସ୍କୁଲରେ ଏଭଳି କାର୍ଯ୍ୟକ୍ରମକୁ ନାପସନ୍ଦ କରିବା ସହ ଉକ୍ତ ଶିକ୍ଷକ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଦାବୀ କରିଛନ୍ତି ଅଞ୍ଚଳବାସି ସମେତ ବୁଦ୍ଧିଜିବୀ । ଏଥି ସହିତ ସ୍ତ୍ରୀ ନିରୁପମା ଡାକୁଆ ମଧ୍ୟ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି । ଏନେଇ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଗତ ୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ନମ୍ବର ୨୧/୨୩ ରୁଜୁ କରି ବିଭିନ୍ନ ଦଫା ଆଧାରରେ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି । ଯଥାଶୀଘ୍ର ରସିକିଆ ସ୍ବାମୀକୁ ଗିରଫ କରି ତାଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ନିରୁପମା ଦାବୀ କରିଛନ୍ତି ।