ପେଟିଏମ୍ର ମୂଳ କମ୍ପାନି ୱାନ୯୭ କମୁନିକେସନ୍ସ ଲିମିଟେଡ (ଓସିଏଲ)ରୁ ଚୀନ କମ୍ପାନି ଆଲିବାବା ସଂପୂର୍ଣ୍ଣ ରୂପେ ଓହରି ଯାଇଛି। ପୂର୍ବରୁ କମ୍ପାନି ଜୋମାଟୋ ଏବଂ ବିଗବାସ୍କେଟରୁ ଅଂଶଧନ ବିକ୍ରି କରିଦେଇଥିବାବେଳେ ଏବେ ପେଟିଏମରୁ ମଧ୍ୟ ଅଂଶଧନ ବିକ୍ରି କରିଦେଇଛି।
ପେଟିଏମରେ ଥିବା ୩.୧୬ ପ୍ରତିଶତ ଅଂଶଧନକୁ ପ୍ରାୟ ୧୩୬୦୦ କୋଟି ଟଙ୍କାରେ ବିକ୍ରି କରିଥିବା ଏକ ସୂତ୍ରରୁ ଜଣାଯାଇଛି। ୨୦୨୨ ଡିସେମ୍ବର ସୁଦ୍ଧା ପେଟିଏମରେ ଆଲିବାବାର ୬.୨୬ ପ୍ରତିଶତ ଅଂଶଧନ ରହିଥିଲା। ସେଥିରୁ ୩.୧ ପ୍ରତିଶତ ଅଂଶଧନ କମ୍ପାନି ଗତମାସରେ ବିକ୍ରି କରିଥିଲା। ଅବଶିଷ୍ଟ ୩.୧୬ ପ୍ରତିଶତ ଅଂଶଧନକୁ ଗତ ଶୁକ୍ରବାର ବିକ୍ରି କରିଛି।