Odia News Portal

ଉଚ୍ଚ ରକ୍ତ ଚାପ କମାଇବାରେ ସହାୟକ ହୁଏ ଗୁଜୁରାତି

ଗୁଜୁରାତି, କାହାକୁ ବା ଅଜଣା ଖାଦ୍ୟ ଠାରୁ ଆରମ୍ଭ କରି ଉପଚାର କରିବା ପର୍ଯ୍ୟନ୍ତ ନିତିଦିନିଆ ବ୍ୟବହାର୍ଯ୍ୟରେ ଆମ କାର୍ଯ୍ୟରେ ଆସିଥାଏ । ଆହୁରି ମଧ୍ୟ ଗୁଜୁରାତି ବିଭିନ୍ନ ପ୍ରକାର ଖାଦ୍ୟ ଓ ମିଠା ପ୍ରସ୍ତୁତିରେ ବ୍ୟବହାର କରାଯାଏ । ପୂର୍ବରୁ ଲୋକେ ପ୍ରାୟତଃ ଏହାର ଅଧିକ ସେବନ କରୁଥିଲେ । ଏହା ଗରମ ମସଲାର ଏକ ମୁଖ୍ୟ ଅଂଶ । ଏହାର ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଥିବା ବେଳେ ଏକ ଅଧ୍ୟୟନ ଅନୁଯାୟୀ, ଗୁଜୁରାତିରେ ଉଚ୍ଚ ରକ୍ତଚାପ କମ୍ କରିବାର କ୍ଷମତା ରହିଛି । ଏହାସହ ଗୁଜୁରାତି କର୍କଟ ଭଳି ମାରାତ୍ମକ ରୋଗ ସହ ଲଢେଇ କରିବାରେ ସକ୍ଷମ ହେବା ସହ ଏହାକୁ ଶରୀର ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଗୁଜୁରାତିରେ ଭିଟାମିନ୍, ଭିଟାମିନ ସି, ମିନେରାଲ୍ସ, କ୍ୟାଲସିୟମ, ପୋଟାସିୟମ ଓ ମେଗ୍ନେସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଏହାସହ ଗୁଜୁରାତିରେ ଆଣ୍ଟି-ଅକ୍ସିଡାଣ୍ଟ ଥିବା ସହ ପେଟକୁ ସୁସ୍ଥ ରଖିଥାଏ ।
ଗୁଜୁରାତି ପାଣିର ନିୟମିତ ସେବନ କରିବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ । ସଠିକ ଭାବେ କାର୍ୟ୍ୟ କରିଥାଏ । ମଜଭୂତ ମଧ୍ୟ ହୋଇଥାଏ । କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ଓଜନ ହ୍ରାସ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଗୁଜୁରାତି ଶରୀରରେ ଜମାଟ ବାନ୍ଧୁଥିବା ଅତ୍ୟଧିକ ଚର୍ବିକୁ ନିର୍ଗତ କରିଥାଏ । ଏହାସହ କୋଲେଷ୍ଟେରୋଲ୍ ସ୍ତରକୁ ମଧ୍ୟ ଖୁବ କମ୍ କରିଥାଏ । ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ । ଏହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ ।