ଏହି ବ୍ୟକ୍ତି ନିଜ ପରିସ୍ରା ପିଇ ବଞ୍ଚାଇଲେ ଜୀବନ
ତୁର୍କୀ ଏବଂ ସିରିଆରେ ୨୫ ହଜାରରୁ ଅଧିକା ଲୋକଙ୍କ ଜୀବନ ନେଇ ସାରିଲାଣି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ କ୍ରମଶଃ ବଢିବାରେ ଲାଗିଛି । ଏହା ସହ ଲୋକମାନେ ମଧ୍ୟ ବହୁତ କଷ୍ଟରେ ତାଙ୍କ ଜୀବନ ଅତିବାହିତ କରୁଛନ୍ତି ।
ସୂଚନା ମୁତାବକ, ଦିନକୁ ଦିନ ଏହି ଭୂକମ୍ପର ଭୟାନକ ଦୃଶ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ଆଉ ଏକ ଆଶ୍ଚର୍ୟ୍ୟକର ଘଟଣା ସାମ୍ନାକୁ ଆସିଛି । ଭୂମିକମ୍ପରେ ଚାରିଆଡେ ସବୁ ବିଲ୍ଡିଂ ଖସିପଡିଥିଲା । ଅନେକ ଲୋକ ଏଥିରେ ଫସି ଯାଇଥିଲେ ଏବଂ କିଛି ଲୋକ ମୃତ୍ୟୁବରଣ କରିଥିଲେ । ଏପରି ଏକ ବ୍ୟକ୍ତି ସେହି ବିଲ୍ଡିଂ ତଳେ ଚାପି ହୋଇଯାଇଥିଲେ ଯାହାର ନାମ ଥିଲା ଅଦନାନ୍ ।
ବହୁତ ଚିତ୍କାର କଲା ପରେ ଅଦନାନଙ୍କ ସ୍ୱର କେହି ଶୁଣିପାରୁନଥିଲେ । ବିଲ୍ଡିଂ ତଳେସେ ୨ରୁ ୩ ଦିନ ଯାଏଁ ସେହି ବିଲ୍ଡିଂ ତଳେ ଚାପି ହୋଇଯାଇଥିଲେ । ତାଙ୍କୁ ପିଇବା ପାଇଁ ପାଣି ଦରକାର ପଡିଥିଲା । ତାଙ୍କୁ ବହୁତ ଶୋଷ କରିବାରୁ କିଛି ଉପାୟ ନ ପାଇ ସେ ନିଜ ପରିସ୍ରାକୁ ପିଇଥିଲେ । ଚେଷ୍ଟା କରି ସେ ନିଜ ଜୀବନକୁ ବଞ୍ଚାଇଥିଲେ । ଏହାପରେ ତାଙ୍କୁ ୯୪ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା