Odia News Portal

ମୋବାଇଲ ଆପ ଦ୍ୱାରା ଜାଣିପାରିବେ ସମୁଦ୍ର ପାଣିର ମାନ

ସମୁଦ୍ର ପାଣିର ମାନ ବିଷୟରେ ସୂଚନା ଦେବା ଲାଗି ନ୍ୟାସନାଲ୍ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ (ଏନ୍ସିସିଆର୍) ପକ୍ଷରୁ ଏକ ମୋବାଇଲ୍ ଆପ୍ ବିକାଶ କରାଯାଇଛି। ପାଣିର ମାନକୁ ବାସ୍ତବ ସମୟରେ ଯାଞ୍ଚ କରିବା ଲାଗି ଏକ ପ୍ରକାର ଭାସମାନ ବସ୍ତୁ ବଏକୁ ବେଳାଭୂମିଠାରୁ ୪ କିମି ମଧ୍ୟରେ ତିନି ମିଟର ପାଣି ଭିତରେ ରଖାଯାଉଛି। ଆଗାମୀ ପାଞ୍ଚ ଦିନ ପର୍ୟ୍ୟନ୍ତ ପାଣିର ମାନ କ’ଣ ରହିବ ତାହାର ସୂଚନା ସେହି ବଏରୁ ମିଳିବ। ସେହି ତଥ୍ୟକୁ ଏକ ମୋବାଇଲ୍ ଆପ୍ ମାଧ୍ୟମରେ ଉପଲବ୍ଧ କରାଯିବ।
ବିଶାଖାପାଟଣା, ଚେନ୍ନାଇ ଓ ପୁଡୁଚେରି ବେଳାଭୂମିରେ ସେଭଳି ବଏ ମୂତୟନ କକରାଯାଇଛି। ଆଗାମୀ ଦିନରେ ଟୁଟିକୋରିନ ଓ ଓଡ଼ିଶାରେ ମଧ୍ୟ ବଏ ମୂତୟନ କରାଯିବ। ପଶ୍ଚିମ ଉପକୂଳରେ ମଧ୍ୟ ବଏ ମୂତୟନ କରିବା ଯୋଜନା ରହିଛି। ସୌର ଶକ୍ତିରେ ପରିଚାଳିତ ହେଉଥିବା ବଏଗୁଡ଼ିକ ମିଶ୍ରିତ ଅମ୍ଳଜାନ, ପାଣିର ତାପମାତ୍ରା, ଲବଣ, ସାନ୍ଧ୍ରତା ଓ କ୍ଲୋରୋଫିଲ୍ର ମାତ୍ରା ସମ୍ପର୍କିତ ତଥ୍ୟ ପ୍ରଦାନ କରିବ। କେଉଁ ଋତୁରେ ସମୁଦ୍ର ପାଣିର ମାତ୍ରା କ’ଣ ରହୁଛି ତାହା ମଧ୍ୟ ଜଣାପଡ଼ିବ। ସାଧାରଣତଃ ବର୍ଷା ଋତୁରେ ସମୁଦ୍ର ପାଣି ଅଧିକ ପ୍ରଦୂଷିତ ହୋଇଥାଏ।