Odia News Portal

ତୁର୍କୀ ଭୂକମ୍ପରେ ନିଖୋଜ ଭାରତୀୟ ଯୁବକ

ସୋମବାର ଦିନ ତୁର୍କୀ ଦେଶ ଏବଂ ସିରିଆରେ ହୋଇଥିବା ବଡ଼ ଭୂକମ୍ପ ପରେ ତୁର୍କୀରେ ଉତ୍ତରାଖଣ୍ଡର ଜଣେ ୩୬ ବର୍ଷୀୟ ପ୍ଲାଣ୍ଟ ଇଞ୍ଜିନିୟର ନିଖୋଜ ଅଛନ୍ତି । ଦେହାରାଡୁନରେ ରହୁଥିବା ତାଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ ସେ ଏକ ମାସର ଅଫିସ ଟୁର୍ ରେ ଯାଇ ଏହି ମାସ ଶେଷରେ ଫେରିବାକୁ ପ୍ଲାନ ଥିଲା ।
ନିଖୋଜ ବ୍ୟକ୍ତି ବିଜୟ କୁମାର ବେଙ୍ଗାଲୁରୁ ସ୍ଥିତ ଅକ୍ସିପ୍ଲାଣ୍ଟସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ କାର୍ଯ୍ୟ କରନ୍ତି ଏବଂ ସେଠାରେ ଏକ ଗ୍ୟାସ ଯୋଗାଣ କମ୍ପାନୀ ପାଇଁ ଏକ ଦ୍ରବୀଭୂତ ଏସିଟାଇଲନ୍ ଗ୍ୟାସ ପ୍ଲାଣ୍ଟର ତଦାରଖ ତଥା କାର୍ଯ୍ୟାନୁଷ୍ଠାନ ପାଇଁ କମ୍ପାନୀ ତୁର୍କୀକୁ ପଠାଇଥିଲା ବୋଲି ତାଙ୍କ ବଡ଼ ଭାଇ ଅରୁଣ କୁମାର କହିଛନ୍ତି। ଆହୁରି ମଧ୍ୟ ସେ ଟେକ୍ନିକାଲ କନସଲଟାଣ୍ଟ ଭାବରେ ଅକ୍ସିପ୍ଲାଣ୍ଟରେ କାର୍ଯ୍ୟ କରନ୍ତି।

ସେ ଜାନୁଆରୀ ୨୩ ରେ ତୁର୍କୀରେ ପହଞ୍ଚିଥିଲେ ଏବଂ ଆମେ ତାଙ୍କ ସହ ରବିବାର ଦିନ କଥା ହୋଇଥିଲୁ ବୋଲି ଅରୁଣ କହିଛନ୍ତି।
“ମୁଁ ଭାରତୀୟ ଦୂତାବାସର ତଥା ଇଣ୍ଡିଆନ ଏମ୍ବାସୀ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି। ମୁଁ ଗୁରୁବାର ତୁର୍କୀରେ ଥିବା ଭାରତୀୟ ଦୂତାବାସ ସହିତ ମଧ୍ୟ କଥାବାର୍ତ୍ତା କଲି – ସେମାନେ ମୋତେ କହିଥିଲେ ଯେ ମୋ ଭାଇ ବିଷୟରେ କୌଣସି ସୂଚନା ନାହିଁ । ସେ କେଉଁଠାରେ ଅଛନ୍ତି କି ସେ ନିରାପଦରେ ଅଛନ୍ତି ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ ବୋଲି ଅରୁଣ କହିଛନ୍ତି।
ପରିବାରର କହିବାନୁସାରେ, ଭୂମିକମ୍ପ ପରେ ବିଜୟ ଯେଉଁ ହୋଟେଲରେ ରହିଥିଲେ ସେହି ହୋଟେଲଟି ଭୁଶୁଡ଼ି ପଡ଼ିଥିଲା ଏବଂ ସେବେଠାରୁ ତାଙ୍କ ସହିତ ଯୋଗାଯୋଗ କରିବାକୁ ଉଦ୍ୟମ ବ୍ୟର୍ଥ ହୋଇଛି ବୋଲି ପିଟିଆଇ ରିପୋର୍ଟ କରିଛି। ପିଟିଆଇ ପକ୍ଷରୁ ଅରୁଣ କହିଛନ୍ତି ଯେ, ତାଙ୍କ ଫୋନ୍ ବାଜୁଛି କିନ୍ତୁ କେହି ପ୍ରତିକ୍ରିୟା ଦିଅନ୍ତି ନାହିଁ।
ଏ ସଂପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ (ପଶ୍ଚିମ) ସଂଜୟ ଭର୍ମା କହିଛନ୍ତି, “ଜଣେ ଭାରତୀୟ ନିଖୋଜ ଏବଂ ୧୦ ଜଣ ଭାରତୀୟ ଯେଉଁମାନେ ସୁରକ୍ଷିତ, ଏହା ବ୍ୟତୀତ ଏହି ସମୟରେ ଆମ ପାଖରେ କୌଣସି ରିପୋର୍ଟ ନାହିଁ ।