ଦୁନିଆ ସାଥ ଛାଡ଼ି ଦେଲେ ବି ଯଦି ଆପଣଙ୍କ ସାଥୀରେ ଆପଣଙ୍କ ପରିବାର ଅଛି ତେବେ ଆପଣ ସବୁ ସମସ୍ୟାର ସାମ୍ନା କରିବ, ଏମିତି କିଛି ଦେଖିବାକୁ ମିଳୁଛି ।
କଥାଟି ହେଲା ଯେ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିବା ଓଲିଉଡ ଚର୍ଚ୍ଚିତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର। ଯାହାକୁ ନେଇ ଖୁସି ହୋଇପାରନ୍ତି ତାଙ୍କ ଫ୍ୟାନ୍ସ ଓ ସାଙ୍ଗସାଥୀ।
ଶୁଣିବାକୁ ମିଳୁଛି ଯେ ପିଣ୍ଟୁଙ୍କୁ ଲିଭର୍ ଡୋନେଟ୍ କରିବେ ତାଙ୍କ ମାଉସୀ କିମ୍ବା ପିଉସୀ ଝିଅଙ୍କ ମଧ୍ୟରୁ କେହି ଜଣେ। ଦୁଇ ଭଉଣୀ ତାଙ୍କ ସହିତ LBL ହସ୍ପିଟାଲରେ ମଧ୍ୟ ଅଛନ୍ତି।
ସେହିପରି ଯାହାର ରିପୋର୍ଟ ପଜିଟିଭ୍ ଆସିବ ସେ ହିଁ ପିଣ୍ଟୁ ନନ୍ଦଙ୍କୁ ଲିଭର୍ ଡୋନେଟ୍ କରିବେ। ଭାଇଙ୍କୁ ଲିଭର୍ ଡୋନେଟ୍ କରିବାକୁ ନେଇ ଖୁସି ଅଛନ୍ତି ଦୁଇ ଭଉଣୀ।