ଗତ ୨୦ ତାରିଖରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଚାଲିଥିବା ବେଳେ ଭିତର କାଠରେ ଦର୍ଶନ କରିବା ପାଇଁ ୮ ରୁ ୧୦ ଜଣ ଙ୍କ ଭକ୍ତ ଠାରୁ ମୋଟା ଅଙ୍କ ଅର୍ଥ ନେଇ ଦର୍ଶନ କରିବାକୁ ଛାଡି ଦେଇଥିଲେ । ଏହି ଘଟଣା କୁ ସେବାୟତ ମାନେ ବିରୋଧ କରିଛନ୍ତି । ଏ ନେଇ ସିଂହଦ୍ୱାର ଥାନାରେ ସୁଆର ମହାସୁଆର ନିଯୋଗ ବୋର୍ଡ ସଦସ୍ୟ ଦାମୋଦର ମହାସୁଆର ଲିଖିତ ଅଭିଯୋଗ କରିଛନ୍ତି । ସିଂହଦ୍ୱାର ଥାନାରେ ଦାଇତ୍ୱ ରେ ଥିବା ଇନିସ୍ପେକ୍ଟର ଗୋକୁଳ ରଞ୍ଜନ ଦାଶ ଙ୍କୁ ପଚାରିବାରେ ସେ କହିଛନ୍ତି ଅଭିଯୋଗ କୁ ଭିତ୍ତି କରି ପୋଲିସ ଏକ ଜେନେରାଲ ଡାଈରୀ ପଞ୍ଜିକରଣ କରିଛି । ଏହି ଘଟଣା ର ତଦନ୍ତ ନିମନ୍ତେ ଅତିରିକ୍ତ ଏସ୍ପି ମିହିର ପଣ୍ଡା ଙ୍କୁ ଦାଇତ୍ୱ ଦିଆଯାଇଛି । ସୂଚନା ଥାଉ କି ଗତ ୨୦ ତାରିଖରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଚାଲିଥିବା ବେଳେ ଉକ୍ତ ସମୟ ରେ ଭିତର କାଠ ନିକଟରେ ଭକ୍ତ ଙ୍କ ଯିବା ବାରଣ ଥାଏ । କିନ୍ତୁ ଏହି ନିୟମ କୁ ନ ମାନି ଶ୍ରୀ ମନ୍ଦିର କମାଣ୍ଡର ଶ୍ରୀ ପଟ୍ଟନାୟକ କେତେକ ଭକ୍ତ ଙ୍କୁ ମୋଟା ଅଙ୍କ ର ଅର୍ଥ ନେଇ ଭିତର କାଠ କୁ ନେଇ ଯାଇଥିଲେ ଦର୍ଶନ ପାଇଁ । ସେଠାରେ ଉପସ୍ଥିତ ଥିବା ପାଳିଆ ସେବାୟତ ଏହାକୁ ବିରୋଧ କରିଥିଲେ । କିନ୍ତୁ କମାଣ୍ଡର ଜଣକ କାହା କଥା ଖାତିର କରିନଥିଲେ ଏବଂ କହିଥିଲେ ମୋର ଯାହାକୁ ଇଚ୍ଛା ଛାଡ଼ିବି ଯାହା ଇଛା ରୋକିବି ବୋଲି କହିଥିଲେ । ଏହି ଘଟଣା ପରେ ଯୁବ ସେବାୟତ ଜମ୍ବେଶ୍ୱର ମହାପାତ୍ର ଏକ ୮୦ ବର୍ଷ ମହିଳା କୁ ଆଣି ଥିଲେ ଦର୍ଶନ ପାଇଁ କିନ୍ତୁ ତାଙ୍କୁ କମାଣ୍ଡର ଶ୍ରୀ ପଟ୍ଟନାୟକ ଛାଡିନଥିଲେ । ଏହି ପରି ଘଟଣା ଯଦି ପୁନୁରାବୃତି ହୁଏ ତେବେ ମହାପ୍ରଭୁଙ୍କ ନୀତି ଉପରେ ବ୍ୟାଘାତ ସୃଷ୍ଟି ହେବ ତେଣୁ ଏହାକୁ ରୋକିବା ପାଇଁ ଏଥିପ୍ରତି ଧ୍ୟାନ ଦିଆଯାଉ ଏବଂ ଦୋଷୀ କରିଥିବା ବ୍ୟକ୍ତି କୁ ସଠିକ ରୂପରେ ତଦନ୍ତ କରି ଦଣ୍ଡ ଦିଆଯାଉ ବୋଲି ସେବାୟତ ମାନେ ଦାବି ରଖିଛନ୍ତି।