ସମ୍ବଲପୁର ଅବକାରୀ ବିଭାଗ ପୁଣି ଥରେ ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଘଟଣାର ପର୍ଦ୍ଦାଫାଶ କରିଛି । ଆଜି ସମ୍ବଲପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଶାସନ ଟୋଲଗେଟ ଓ ରଂପେଲା ଠାରେ ପେଟ୍ରୋଲିଂ କରୁଥିବା ବେଳେ ମୋଟ ୩ ଗୋଟି ଗାଡିରୁ ୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ସମ୍ବଲପୁର ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଏହି ଘଟଣାରେ ଅବକାରୀ ବିଭାଗ ୩ ଗାଡିକୁ ଜବତ କରିବା ସହ ମୋଟ ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏହି ଗଞ୍ଜେଇକୁ ବରଗଡ ପଟରୁ ବିଲାସପୁର ପଟକୁ ଓ ଅନୁଗୁଳ ପଟରୁ ଦିଲ୍ଲୀ ନୋଇଡାକୁ ଚୋରାଚାଲାଣ କରାଯାଉଥିଲା । ତେବେ ଚୋରାଚାଲାଣ ହେଉଥିବା ଗଞ୍ଜେଇକୁ ଗିରଫ ଅଭିଯୁକ୍ତ ମାନେ ଗାଡିରେ ସିକ୍ରେଟ ଚାମ୍ଭର କରିବା ସହ ଗାଡିରେ ଥିବା ସିଏନଜି ଟାଙ୍କିରେ ଅତି ଚତୁରତା ସହ ଭର୍ତ୍ତି କରି ଚୋରାଚାଲାଣ କରୁଥିଲେ । ଅନ୍ୟପକ୍ଷରେ ଅବକାରୀ ବିଭାଗ ଗିରଫ ୬ ଅଭିଯୁକ୍ତକୁ ଗିରଫ ପରେ କୋଟଚାଲାଣ କରାଯାଇଥିବା ନେଇ ଅବକାରୀ ବିଭାଗ ଅଧିକ୍ଷକ ସୁଚନା ଦେଇଛନ୍ତି ।