Odia News Portal

ଡାକ୍ତର ସ୍ୱାମୀଙ୍କ ବିରୋଧରେ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ

ମହାରାଷ୍ଟ୍ର ଧର୍ମପୁରୀରେ ପତ୍ନୀଙ୍କୁ ଅସ୍ୱାଭାବିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରି ଡାକ୍ତର ସ୍ୱାମୀ ଦୁଷ୍କର୍ମ କରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପୀଡିତା ମହିଳା ନିଜ ଡାକ୍ତର ସ୍ୱାମୀଙ୍କ ବିରୋଧରେ ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ପୀଡିତାଙ୍କ ଏତଲା ଆଧାରରେ ସ୍ଥାନୀୟ ପାର୍ଲୀ ଗ୍ରାମୀଣ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତ ଡାକ୍ତର ସ୍ୱାମୀଙ୍କୁ ଜେରା କରୁଛି । ଏହି ଘଟଣାରେ ଡାକ୍ତର ଓ ତାଙ୍କ ୭ଜଣ ସମ୍ପର୍କୀୟଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ଏପରି କରିଥିବା ଡାକ୍ତର ପାର୍ଲୀ ତାଲୁକା ଠାରେ ନିଜର କ୍ଲିନିଂ ଖୋଲିଛନ୍ତି । ସେ ନିଜର ୨୯ ବର୍ଷୀୟା ପତ୍ନୀଙ୍କୁ ଗତ କିଛି ମାସ ଧରି ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଆସୁଥିଲେ । ପତ୍ନୀ ଏହାକୁ ବିରୋଧ କରିବାରୁ ଶାରିରୀକ ଓ ମାନସିକ ନିର୍ଯାତନା ମଧ୍ୟ ଦେଇଆସୁଥିଲ ଡାକ୍ତର । ଏନେଇ ପୀଡିତା ପାର୍ଲୀ ଗ୍ରାମୀଣ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଆଇନ ଅନୁଯାୟୀ ଡାକ୍ତର ସ୍ୱାମୀ ଓ ତାଙ୍କର ୭ଜଣ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ବୃତ୍ତିରେ ଜଣେ ଡାକ୍ତର ହୋଇ ମଧ୍ୟ ଏପରି ଅମାନୁଷିକ କାର୍ଯ୍ୟରେ ଲିପ୍ତ ରହିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି ।