Odia News Portal

ସୁକିନ୍ଦାରେ ୧୦କୋଟି ବ୍ୟୟ ଅଟଳରେ ଦୁଇଟି ମେଘା ପ୍ରକଳ୍ପ ଶିଳାନ୍ୟାସ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଦୁଇଟି ମେଘା ପ୍ରକଳ୍ପ ର ଶିଳାନ୍ୟାସ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେ଼ଇ ।ସୁକିନ୍ଦା ର ବିକାଶ ର ପର୍ବ ଆରମ୍ଭ ହେଲା । ଜଳ ହିଁ ଜୀବନ; କିନ୍ତୁ ସେହି ଜୀବନଦାୟୀ ଜଳ, ଯେପରି ସୁକିନ୍ଦାବାସୀଙ୍କ ପାଇଁ ଅସୁବିଧାର କାରଣ ନହୁଏ, ସେଥିପାଇଁ ଡ଼ମଶାଳା ନାଳ ଉପରେ ବିଜୁ ସେତୁ ନିର୍ମାଣର ଶୁଭାରମ୍ଭ ହୋଇଛି ।ଫଳରେ ଚିରସ୍ରୋତା ଡମଶାଳାର ପାଣି ପ୍ରଭାହ ରହିବ, ଲୋକମାନଙ୍କ ଯାତାୟତ ସୁଗମ ହୋଇପାରିବ ଓ ପାନୀୟ ଜଳ କଷ୍ଟ ଦୂର ହେବ । ଖଣି ଅଂଚଳରେ ଗ୍ରୀଷ୍ମ ଋତୁରେ ପାନୀୟ ଜଳର ଅଭାଵ ଦେଖାଯାଉଥିଲା ତାହା ଏହି ସେତୁ କାର୍ଯ୍ୟ ସମ୍ପୂର୍ଣ ହେଲେ ଦୂର ହେବ ବୋଲି ଶ୍ରୀ ଘଡେଇ କହିଛନ୍ତି । ପ୍ରାୟ ୫ କୋଟିର ଏହି ବିଜୁ ସେତୁର ଶୁଭ ପ୍ରଦାନ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ । ୯୫ ମିଟର ଲମ୍ବାର ଏହି ବିଜୁ ସେତୁ ର ନିର୍ମାଣ କାର୍ଯ୍ୟ ୨୦୨୪ ଏପ୍ରିଲ ସୁଦ୍ଧା ସଂପୂର୍ଣ୍ଣ ହେବ । ଫଳରେ କାଳିଆପାଣି, ଚିଙ୍ଗୁଡ଼ିପାଳ ଏବଂ କଅଁସ ପଞ୍ଚାୟତବାସୀ ଉପକୃତ ହୋଇପାରିବେ । ଅନ୍ୟ ପକ୍ଷରେ ରାଜଗୋଲା-ବଞ୍ଜା ରାସ୍ତା । ଉନ୍ନତ ରାସ୍ତା ବିନା ବିକାଶ ଅସମ୍ଭବ; ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାକୁ ଏବଂ ମଙ୍ଗରାଜପୁର ପଞ୍ଚାୟତବାସୀଙ୍କ ନିକଟତର କରିବା ଲକ୍ଷ୍ୟରେ ରାଜଗୋଲା ଠାରୁ ବଞ୍ଜା ରାସ୍ତାର ଉନ୍ନତି କରଣ କରାଯାଉଛି । ଦୁଇ ପଞ୍ଚାୟତବାସୀଙ୍କ ଗହଣରେ ଦୀର୍ଘ ୬.୩ କିଲୋମିଟର ରାସ୍ତା ଉନ୍ନତି କରଣର ଶୁଭପ୍ରଦାନ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ୫. ୮୨ କୋଟିର ଏହି ରାସ୍ତା ଉନ୍ନତି କରଣ ପ୍ରକଳ୍ପ କାର୍ଯ୍ୟ ,ଆସନ୍ତା ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ।