Odia News Portal

ମେଲବର୍ଣ୍ଣରେ ମହାବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚରେ । ପାକିସ୍ତାନ ଦ୍ୱାରା ଧାର୍ଯ୍ୟ ୧୬୦ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରୁଥିବା ଭାରତ ୩୧ ରନ୍ ଭିତରେ ୪ ୱିକେଟ୍ ହରାଇ ସଙ୍କଟରେ ଥିଲା । ପାକିସ୍ତାନର ସର୍ବଶ୍ରେଷ୍ଠ ପେସ୍ ଆଟାକ୍ ଭାରତୀୟ ବ୍ୟାଟରଙ୍କୁ ନୟାନ୍ତ କରୁଥିଲେ । ଆଉ ଭାରତ କୌଣସି ପରିସ୍ଥିତିରେ ମ୍ୟାଚ୍ ଜିତିପାରିବ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା । କିନ୍ତୁ କ୍ରିକେଟରେ କିଛି ବି ଅସମ୍ଭବ ନୁହେଁ, ତାହା କରି ଦେଖାଇଥିଲେ କୋହଲି ଓ ହାର୍ଦ୍ଦିକ ।

ପାକିସ୍ତାନ ପାଖରେ ତିନିଜଣ ପେସର ଥିଲେ ଏବଂ ବାବର ସେମାନଙ୍କ ଓଭର ଶେଷ ଯାଏଁ ବଞ୍ଚାଇ ରଖିବାକୁ ନିଷ୍ପତ୍ତି ନେଲେ । ସ୍ପିନରଙ୍କୁ ଲଗାତର ବୋଲିଂ ଦେଇ ସେ କୋହଲିଙ୍କୁ ସେଟ୍ ହେବାକୁ ସୁଯୋଗ ଦେଇଥିଲେ । ଯଦି ବାବର ପେସ୍ ବୋଲରଙ୍କୁ ଅତିରିକ୍ତ ଓଭର ଦେଇଥାନ୍ତେ, ତାହେଲେ ହୁଏତ ତାଙ୍କୁ ସଫଳତା ମିଳିପାରିଥାନ୍ତା । ୧୦ ଓଭରରେ ଭାରତ ୪ ୱିକେଟ୍ ହରାଇ କରିଥିଲା ମାତ୍ର ୪୫ ରନ୍ । ଶେଷ ୬୦ ବଲରେ ବିଜୟ ପାଇଁ ଦରକାର ଥିଲା ୧୧୫ ରନ୍ । ଚାପ ସମୟରେ କୌଣସି ଟିମ୍ ପକ୍ଷେ ଏତେ ରନ୍ ଚେଜ୍ କରିବା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ କୋହଲି ଓ ହାର୍ଦ୍ଦିକ ମଇଦାନରେ ଯେଉଁ ଧୈର୍ଯ୍ୟ ଦେଖାଇଥିଲେ ଏବଂ ପାକ୍ ବୋଲରଙ୍କୁ ଆକ୍ରମଣ କଲେ, ତାକୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ ।