Odia News Portal

ପାରିବାରିକ ମନୋମାଳିନ୍ୟ ରୁ ଆତ୍ମହତ୍ୟା।

ଧଉଳି ଥାନା ଅଧୀନ ଲିଙ୍ଗିପୁର ଅଞ୍ଚଳର ଏକ ଘରୋଇ ହସ୍ପିଟାଲ ପଛପଟେ ଘରଭଡ଼ା ନେଇ ରହୁଥିବା ସର୍ବେଶ୍ୱର ମହାରଣା (୩୩) ପୁଅର ଏକୋଇଶା ସାରିବା ପରେ ପଙ୍ଖାରେ ଝୁଲି ଜୀବନ ହାରିଛନ୍ତି ।

ସର୍ବେଶ୍ୱରଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧୀନ ଟଙ୍କଳ ଗ୍ରାମରେ । ସେ ସପତ୍ନୀକ ଏଠାରେ ଘରଭଡ଼ା ନେଇ ରହୁଥିଲେ । କୌଣସି କାରଣକୁ ନେଇ ପତ୍ନୀ ଗତ କିଛିଦିନ ହେଲା ବାପଘର ଆମ୍ରି ହସ୍ପିଟାଲ ନିକଟକୁ ଚାଲି ଆସିଥିଲେ । ସର୍ବେଶ୍ୱର ଏଠାରେ ଏକୁଟିଆ ରହୁଥିଲେ ।

ଗୁରୁବାର ପୁଅର ଏକୋଇଶା ହେବାର ସ୍ଥିର ହୋଇଥିଲା । ଏହି ଉପଲକ୍ଷେ ସତ୍ୟନାରାୟଣ ପୂଜା ଥିବାରୁ ସର୍ବେଶ୍ୱର ଶ୍ୱଶୁର ଘରକୁ ଯାଇଥିଲେ । ପୂଜା ସରିବା ପରେ ପତ୍ନୀଙ୍କୁ ଘରକୁ ଯିବା ପାଇଁ କହିଥିଲେ । ପତ୍ନୀ ପରଦିନ ଯିବା ପାଇଁ କହିବାରୁ ଏନେଇ ବାକ୍‌ ବିତଣ୍ଡା ଆରମ୍ଭ ହୋଇଥିଲା । ଏଥିରେ ଉତ୍‌କ୍ଷୀପ୍ତ ହୋଇ ସର୍ବେଶ୍ୱର ଘରକୁ ଫେରି ବେକରେ ଲୁଗାବାନ୍ଧି ଫ୍ୟାନରେ ଝୁଲି ପଡିଥିଲେ ।