Odia News Portal

ବାଦଲ ଭିତରେ ଯାଇଛି ଏହି ରେଲୱେ ବ୍ରିଜ୍

ଭାରତରେ ବିଶ୍ୱର ସବୁଠାରୁ ବଡ ଆର୍କ ପୋଲ ଚେନାବ୍ ବ୍ରିଜର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଏବେ ଏଥିରେ ରେଲୱେ ଲାଇନ୍ ବିଛାଇବା କାମ ବାକି ଅଛି । କୁହାଯାଉଛି ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଉନ୍ମୋଚନ କରାଯାଇପାରେ । ଏହି ବ୍ରିଜ୍ ଦ୍ୱାରା ଶ୍ରୀନଗର ସହିତ ଯୋଗାଯୋଗ ସହଜ ହୋଇପାରିବ । ୧.୩୧୫ କିମି ଲମ୍ବା ପୋଲ ଏଫିଲ୍ ଟାୱରଠୁ ମଧ୍ୟ ଉଚ୍ଚ ।

ଭାରତୀୟ ରେଲୱେ ପାଇଁ ପ୍ରସ୍ତୁତ ହେଉଥିବା ଏହି ଚିନାବ ବ୍ରିଜ୍ ବିଶ୍ୱର ସବୁଠାରୁ ଉଚ୍ଚ ଆର୍କ ବ୍ରିଜ୍ । ଏହା ୧.୩୧୫ କିଲୋମିଟର ଲମ୍ବା ଏବଂ ୩୫୯ ମିଟର ଉଚ୍ଚ । ଚିନାବ ବ୍ରିଜ୍ ରେଲୱେର ଉଧମପୁର ଶ୍ରୀନଗର ବାରାମୂଳ ରେଳ ଲିଙ୍କ ପ୍ରୋଜେକ୍ଟର ପାର୍ଟ ଯାହା ଜରିଆରେ ଶ୍ରୀନଗରକୁ ସାରା ଦେଶ ସହିତ ଯୋଡିହେବ । ଏହା ଉତ୍ତର ରେଲୱେ ଦ୍ୱାରା ୨୮ ହଜାର କୋଟି ଟଙ୍କାର ଆନୁମାନିକ ଖର୍ଚ୍ଚ ସହିତ ପ୍ରସ୍ତୁତ କରାଯାଉଛି । ଏହି ପୋଲ ଉଧମପୁର-କଟରା-କାଞ୍ଜିଗୁଡକୁ ଜମ୍ମୁ ସହିତ କନେକ୍ଟ କରିବ ।

ବିଶ୍ୱର ସବୁଠାରୁ ଉଚ୍ଚ ଆର୍କ ପୋଲ ମାର୍ବଲ ଇଞ୍ଜିନିୟରିଂର ଏକ ଦମଦାର ନମୂନା । କୁହାଯାଉଛି କି ୧୦୦ ବର୍ଷରୁ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଏହାର କିଛି ବି କ୍ଷତି ହେବନି । ଚିନାବ ବ୍ରିଜର ନିର୍ମାଣ କାମ ୨୦୦୨ରେ ଆରମ୍ଭ ହୋଇଥିଲା । କିନ୍ତୁ ୨୦୦୮ରେ ଏହାର କାମକୁ ବନ୍ଦ କରିଦିଆଯାଇଥିଲା ଯାହାକୁ ୨୦୧୦ରୁ ପୁଣି ଆରମ୍ଭ କରାଯାଇଥିଲା ।