Odia News Portal

ବାବୁସାନ -ତୃପ୍ତି କଳିକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା

ବାବୁସାନ -ତୃପ୍ତି କଳିକୁ ନେଇ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ ବୋଲି କହିଛନ୍ତି ଅପରାଜିତା । ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ ବୋଲି କହିଛନ୍ତି ଅପରାଜିତା । ଅପରଜିତା ମହାନ୍ତି କହିଛନ୍ତି କି , କୋଭିଡ ସମୟରେ ଘରଠୁ ଦୂରେଇ ରହିଥିଲେ ବାବୁସାନ । କୋଭିଡ ବେଳେ ଖରାପ ସଙ୍ଗରେ ପଡିଥିଲେ । ଆକ୍ଟିଂ , ଗୀତ , ଇଣ୍ଡଷ୍ଟ୍ରୀ କହିଲେ ତାର ଜୀବନ । କଲ ରେକର୍ଡ ଯାଂଚ ହେଲେ ସତ ସାମ୍ନାକୁ ଆସିବ । କିଏ ତାକୁ କଲ୍ କରୁଥିଲା ସତ ପଦାକୁ ଆସିବ । ବାବୁସାନର ଚରିତ୍ର ବଦଳିଛି , ସେ ଡିପ୍ରେସନ ରେ ରହୁଛି । ମୋ ପୁଅ ତାର ସ୍ତ୍ରୀ ଓ ପିଲାଙ୍କ ପାଖକୁ ପଳାଇ ଆସୁ । ୨ରୁ ୩ ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ । ଅନ୍ୟର ପ୍ରରୋଚନାରେ ପଡି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି ।