ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବେ ଦକ୍ଷିଣ ଭାରତୀୟ ସିନେମାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ରିୟା ବଙ୍ଗାଳୀ ପ୍ରଯୋଜକ ରାଣା ସରକାରଙ୍କ ସହ ଏକ ଫିଲ୍ମ କରିବେ। ରାଣା ସରକାର ନିକଟରେ ରିୟା ଚକ୍ରବର୍ତ୍ତୀଙ୍କ ଜନ୍ମ ଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏବେ ଏହି ବଙ୍ଗାଳୀ ପ୍ରଡ୍ୟୁସରଙ୍କ ଏକ ଇଣ୍ଟରଭ୍ୟୁ ସାମ୍ନାକୁ ଆସିଛି। ଏଥିରେ ସେ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଅନେକ କଥା କହିଛନ୍ତି। ଏହି ଇଣ୍ଟରଭ୍ୟୁରୁ ହିଁ ଲୋକମାନେ ଅନୁମାନ କରୁଛନ୍ତି ଯେ ସେ ରିୟାଙ୍କ ସହ ଆଗକୁ କାମ କରିପାରନ୍ତି।
ବଙ୍ଗାଳୀ ପ୍ରଯୋଜକ ରାଣା ସରକାର ଏହି ଇଣ୍ଟରଭ୍ୟୁରେ କହିଥିଲେ, ଆମେ ଫିଲ୍ମର କାହାଣୀ ରିୟା ଚକ୍ରବର୍ତ୍ତୀଙ୍କ ଟିମ୍କୁ କହିଛୁ। ଏବେ କେବଳ ସେମାନଙ୍କ ଉତ୍ତରକୁ ଅପେକ୍ଷା ରହିଛି। ତାଙ୍କ ହଁରୁ ପକ୍କା ହୋଇଯିବ ଯେ ରିୟା ଚକ୍ରବର୍ତ୍ତୀ ଟଲିଉଡ୍ରେ ଡେବ୍ୟୁ କରିବେ କି ନାହିଁ। ଯଦି ଏମିତି ହୁଏ ତେବେ ରିୟା ଚକ୍ରବର୍ତ୍ତୀଙ୍କ ଫ୍ୟାନ୍ଙ୍କ ପାଇଁ ଏହା ଏକ ବଡ଼ ଖବର ହୋଇପାରେ।
ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବହୁ ଟ୍ରେଲ୍ କରାଯାଇଥିଲା। କେବଳ ଏତିକି ନୁହେଁ, ତାଙ୍କୁ ଓ ତାଙ୍କ ଭାଇଙ୍କ ନାଁ ମଧ୍ୟ ଡ୍ରଗ୍ସ କେସ୍ରେ ଉଠିଥିଲା। ଏହି କାରଣରୁ ତାଙ୍କୁ ଜେଲ୍ ବି ଯିବାକୁ ପଡ଼ିଥିଲା।