ଅପ୍ରେଲ ୧୫ଠାରୁ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଷ୍ଟ୍ରିମିଙ୍ଗ ହେଉଛି ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”। ପମ୍ପମ୍ ସିରିଜର ଏହା ହେଉଛି ପ୍ରଥମ ଏପିସୋଡ । କମେଡି କିଙ୍ଗ ପପୁ ପମ୍ ପମ୍ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ପୂର୍ବରୁ ପପୁଙ୍କ ଅଭିନୀତ “ହ୍ୟାଲୋ ରାବଣ”କୁ କଞ୍ଚାଲଙ୍କା ପ୍ଲାଟଫର୍ମରେ ଜବରଦସ୍ତ ରେସପନ୍ସ ମିଳିଥିଲା । ତେବେ ପମ୍ପମ୍ ସିରିଜର ନୂଆ ନୂଆ ଏପିସୋଡ ମାସକୁ ଥରେ ଦର୍ଶକ ଦେଖିବାକୁ ପାଇବେ ବୋଲି ଜଣାପଡିଛି ।
ସମାଜରେ ଘଟୁଥିବା କିଛି ନିଛକ ସତକଥାକୁ ନେଇ “ଟାଉଟର ପ୍ରୋ” ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଆବାସ ଚୋରିରୁ ଆରମ୍ଭ ହୋଇଛି କାହାଣୀ । ଅବନୀ ଷଢ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ଏନେଇ ଥାନାରେ ଏଫଆଇଆର ଦେଉଛନ୍ତି ଓ ପୁଲିସ ତଦନ୍ତ କରିବାକୁ ଅଭିଯୋଗକାରୀ ଗୁହାରୀ କରିଛନ୍ତି । ଆବାସ ଯୋଜନାରେ ମିଳିଥିବା ଘରଟି ତିଆରି ସରିଥିବା ଅଭିଯୋଗକାରୀ ପ୍ରମାଣିତ କରିବା ପରେ ସମ୍ପୃକ୍ତ ସ୍ଥାନରୁ ଘରଟି ଚୋରୀ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ପୁଲିସ ତଦନ୍ତ ବେଳେ କଣ ସବୁ ପ୍ରମାଣ ପାଉଛି ଓ ଏହି ମାମଲାର ବିଚାର କିଭଳି ହେଉଛି ତାକୁ ନେଇ କାହାଣୀ ଟି ଆଗକୁ ବଢ଼ିଛି ।
ଏହି ୱେବ ସିରିଜ୍ ଅପ୍ରେଲ ୧୫ଠାରୁ ଷ୍ଟ୍ରିମିଂ ଆରମ୍ଭ ହୋଇଥିବା ବେଳେ ଏଥିରେ ପପୁ ପମପମଙ୍କ ସହ ଅରବିନ୍ଦ ଷଢ଼ଙ୍ଗୀ, ଜୀବନ ପଣ୍ଡା ଓ ଟୁକୁନା ଷ୍ଟାଇଲିସ୍ ପ୍ରମୁଖ ନଜର ଆସିଛନ୍ତି । ପପୁ ପମପମ କ୍ରିଏସନ୍ସ ବ୍ୟାନରରେ ନିର୍ମିତ ଟାଉଟର ପ୍ରୋରେ ରମେଶ ରାଉତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଂଗୀତା ଶତପଥୀ । କାହାଣୀ ନିଜେ ପପୁ ଲେଖିଥିବା ବେଳେ ଚିତ୍ରନାଟ୍ୟ ମଧ୍ୟ ଦେଖିଛନ୍ତି । ରୁପସାଗର ଏହାର ଡାଇଲଗ୍ ଦେବା ସହ ଭାଗ୍ୟଧର ପାଣି କଞ୍ଚାଲଙ୍କା କ୍ରିଏଟିଭ୍ ହେଡ ଅଛନ୍ତି । ଏହି ୱେବସିରିଜରେ ଦର୍ଶକେ ଭରପୁର କମେଡି ପାଇବେ ବୋଲି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ଆଶା ପ୍ରକଟ କରିଛି।
Sign in
Sign in
Recover your password.
A password will be e-mailed to you.