Odia News Portal

ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ପ୍ରଶାସନର ତତ୍ପରତା

ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣାରେ ପୋଲିସ ଅଭିଯୁକ୍ତ ଜଗନ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ଦିନ ମୁତୟନ ଥିବା ଜେଟିପି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି | ଏଭଳି ଘଟଣା ଆଗାମୀ ଦିନରେ ଯେପରି ନ ଘଟେ ସେ ଦିଗରେ ଅଧିକ ଯତ୍ନବାନ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି | ସୁରକ୍ଷାକୁ ନଜରରେ ରଖି ଶ୍ରୀମନ୍ଦିର ମଧ୍ୟରେ ଅଧିକ ସିସିଟିଭି ଲଗାଇବା ତଥା ପୋଲିସ ମୁତୟନ ଦିଗରେ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି |