ଟ୍ୱିଟ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ବଡ କଥା କହିଛନ୍ତି । ସେ କହିଛନ୍ତି ପଞ୍ଜାବ ଜନତାଙ୍କ ପାଇଁ ଆଜି ମୁଁ ବଡ ନିଷ୍ପତ୍ତି ନିଆଯିବ । ତାଙ୍କ ପଞ୍ଜାବ ଇତିହାସରେ ଆଜି ପ୍ରଥମ ଘଟଣା ଘଟିବ । ଯାହା ଆଜି ପର୍ଯ୍ୟନ୍ତ କେହି କେବେ ନେଇନଥିବେ ।
ସୂଚନା ଥାଉକି, ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଗଓ୍ୱନ୍ତ ସିଂହ ମାନ୍ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଭଗତ ସିଂହଙ୍କ ଗାଁରେ ସେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍ ସମେତ ଦିଲ୍ଲୀ ଆପର ତମାମ ନେତା ସାମିଲ ହୋଇଥିଲେ । ମାନ୍ ମଙ୍ଗରୁରରୁ ଦୁ ଦୁଇଥର ସାଂସଦ ରହିଆସିଛନ୍ତି ।
ସୂଚନା ଥାଉକି, ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ବୃହତ ବିୟଜ ହାସଲ ହୋଇଥିଲା । ୧୧୭ ସିଟ୍ ବିଶିଷ୍ଟ ପଞ୍ଜାବରେ ଆପ ୯୨ ସିଟରେ ବିଜୟ ହାସଲ କରିଛି । ସେହିଭଳି କଂଗ୍ରେସକୁ ୧୮, ଅକାଳି ଦଳକୁ ୩ ଏବଂ ବିଜେପିକୁ ଦୁଇଟି ସିଟରେ ବିଜୟ ମିଳିଥିଲା । ଆପ ଏଥର ଭଗଓ୍ୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ନେଇ ନିର୍ବାଚନ ଲଢିଥିଲା ।