Odia News Portal

ଆଜି ସରୁଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରିମାଣ୍ଡ

ଆଜି ସରୁଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରିମାଣ୍ଡ । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଲମ୍ବି ଚାଲିଛି ଠକେଇ ତାଲିକା। ୫ ଦିନିଆ ରିମାଣ୍ଡ ବେଳେ ସାମ୍ନାକୁ ଆସିଛି ନୂଆ ନୂଆ ତଥ୍ୟ । ଆଠଗଡ଼ ଖୁଣ୍ଟୁଣି ଅଞ୍ଚଳରେ ରହିଛି ରମେଶର ଆଉ ଏକ ଫାର୍ମ ହାଉସ୍‌। ସେହି ଫାର୍ମ ହାଉସ୍‌କୁ ରମେଶ ଅନେକ ମହିଳାଙ୍କୁ ନେଉଥିବା ଅଭିଯୋଗ ହୋଇଛି। ଏଠାରେ ଚଢାଉ କରିବ ପୋଲିସ।

ରମେଶର ପୈତୃକ ଗାଁ କେନ୍ଦ୍ରାପଡ଼ାର ସିଙ୍ଘାଳ ଗାଁରେ ରେଡ୍‌ କରୁଛି କମିଶନରେଟ ପୋଲିସର। ଚଢ଼ାଉ କରି ଫାର୍ମ ହାଉସ୍‌କୁ ମଧ୍ୟ ସିଲ୍‌ କରିଛି ପୋଲିସ । ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିବ। ରମେଶର ଭଉଣୀକୁ ଉଠାଇ ଆଣି ଭୁବନେଶ୍ୱର ମହିଳା ଥାନାରେ ରଖି ପଚରାଉଚୁରା କରିଛି ।

ରଶ୍ମିତା ଓ ତାଙ୍କ ସ୍ୱାମୀଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଳତାଡ଼ କରୁଛି ପୋଲିସ। ଏ ପର୍ଯ୍ୟନ୍ତ ରମେଶଙ୍କ ଭିଣୋଇ ଗଣେଶ୍ୱର ଫେରାର ଅଛନ୍ତି। ରମେଶର ଭଉଣୀଙ୍କ ଅଶୁରେଶ୍ୱର ଘରେ ଚଢ଼ାଉ କରିଛି କମିଶନରେଟ ପୋଲିସ ।