Odia News Portal

ଆଜି ଗଜପତି ମହାରାଜା ଙ୍କ ଝିଅ ବାହାଘର

ଆଜି ରାଜାଙ୍କ ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନଝିଅ ରାଜକୁମାରୀ ଦେବେଶୀ ଦେବୀଙ୍କ ବାହାଘର । ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ରାଜକୀୟ ରୀତିନୀତିରେ ବାହାଘର ହେବ । ବର୍ଦ୍ଧମାନ ରାଜାଙ୍କ ନାତି ତଥା ହରିୟାଣା ଗୁରଗାଓଁ ନିବାସୀ ରାଜୀବ କେହେରଙ୍କ ପୁତ୍ର ଆଦିତ୍ୟଙ୍କୁ ବିବାହ କରିବେ ରାଜକୁମାରୀ ଦେବେଶୀ।
ଆଜି ଶ୍ରୀନଅରରେ ଶ୍ରୀମନ୍ଦିର କାର୍ୟ୍ୟାଳୟ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ନିମନ୍ତ୍ରଣ କରାଯାଇଛି। ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏପଟେ ଭୁବନେଶ୍ୱରରେ କୋଭିଡ କଟକଣା ମଧ୍ୟରେ କମ୍ ସଂଖ୍ୟକ ଅତିଥିଙ୍କୁ ନେଇ ବିବାହ ଉତ୍ସବ ହେବ।