Odia News Portal

ଓଡ଼ିଆ ସଙ୍ଗୀତରେ ବି ଥିଲା ଲତାଙ୍କ ଯାଦୁ

ଆରପାରିରେ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର। ସୁମଧୁର ସ୍ଵର ପାଇଁ ସ୍ଵର କୋକିଳା ନାମରେ ସେ ଥିଲେ ପରିଚିତ। ସଙ୍ଗୀତ ଜଗତକୁ ସେ ଭେଟି ଦେଇଛନ୍ତି ଅନେକ ଗୀତ। ୨୦ଟି ଭାରତୀୟ ଭାଷାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ଗୀତ ଗାଇ ସେ ସୃଷ୍ଟି କରିଛନ୍ତି ଇତିହାସ। ତାଙ୍କର ପରଲୋକରେ ସ୍ତବ୍ଧ ହୋଇଯାଇଛି ସାରା ଦେଶ।

ଓଡିଆ ସଙ୍ଗୀତ ଜଗତରେ ମଧ୍ୟ ଲତା ଦିଦିଙ୍କର ଅବଦାନ ରହିଛି। ୧୯୬୭ରେ ସେ ଅରୁନ୍ଧତୀ ଫିଲ୍ମରେ ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ… ଗୀତ ଗାଇଥିଲେ। ଶାନ୍ତନୁ ମହାପାତ୍ର ଏହି ଗୀତରେ ନିର୍ଦ୍ଦେଶନା ଦେଇଥିଲେ ସେହିପରି ସୂର୍ଯ୍ୟମୁଖୀ ଫିଲ୍ମର ସେଇ ଚୁଆଁ ଚୁଆଁ ତାରା ଫୁଲ ଆଜି… ଗୀତ ଲତା ମଙ୍ଗେସ୍କର ଗାଇଛନ୍ତି।

ସୁମଧୁର ସ୍ଵର ପାଇଁ ସେ ବହୁ ପୁରସ୍କାର ଅର୍ଜନ କରିଛନ୍ତି। ୧୯୭୨, ୧୯୭୫, ୧୯୯୦ରେ ସେ ରାଷ୍ଟ୍ରୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏତଦ୍ ବ୍ୟତୀତ ୧୯୫୮, ୧୯୬୨, ୧୯୬୫, ୧୯୬୯, ୧୯୯୩ ଏବଂ ୧୯୯୪ରେ ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା। ସେହିପରି ୧୯୬୯ରେ ତାଙ୍କୁ ପଦ୍ମଭୂଷଣ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା।

ସେହିପରି ୧୯୮୯ରେ ଦାଦା ସାହବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୧୯୯୩ରେ ସେ ଫିଲ୍ମ ଫେୟାରର ଲାଇଫ୍ ଟାଇମ୍ ଆକ୍ଚିଭ୍‌ମେଣ୍ଟ ଆୱାର୍ଡ ଜିତିଥିଲେ। ୧୯୯୯ରେ ତାଙ୍କୁ ପଦ୍ମ ବିଭୂଷଣ ପୁରଷ୍କାରରେ ପୁରଷ୍କୃତ କରାଯାଇଥିଲା। ତେବେ ଏତିକିରେ ଲତା ଦିଦିଙ୍କ ପୁରଷ୍କାର ଯାତ୍ରା ଅଟକି ନଥିଲା। ୨୦୦୧ରେ ସ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପୁରଷ୍କାର ପାଇଥିଲେ।