Odia News Portal

ବିବାଦରେ ଅଭିନେତ୍ରୀ ଶ୍ୱେତା ତିୱାରି

ବିବାଦରେ ଅଭିନେତ୍ରୀ ଶ୍ୱେତା ତିୱାରି। ଖାଲି ବିବାଦରେ ନୁହେଁ ଚାରିଆଡୁ ଟ୍ରୋଲ ହେବାରେ ଲାଗିଛନ୍ତି ଶ୍ୱେତା ତିୱାରି । କାରଣ ସେ ଏମିତି କିଛି କହିଦେଇଛନ୍ତି ଯାହାକୁ ନେଇ ସବୁଆଡେ ନିନ୍ଦା କରାଯାଉଛି । ୱେବସିରିଜ ପ୍ରମୋସନରେ ଯାଇ ଫସିଛନ୍ତି ଶ୍ୱେତା । ସୂଚନାଅନୁସାରେ ୱେବସିରିଜର ପ୍ରମୋସନରେ ଯାଇଥିବା ଶ୍ୱେତା ସାମ୍ବାଦିକଙ୍କ ସହ କରିଥିଲେ ବାର୍ତ୍ତାଳାପ । ତାଙ୍କ କୋ ଆକ୍ଟର ମଧ୍ୟ ସେହି ସମୟରେ ତାଙ୍କ ସହ ରହିଥିଲେ । ଆଉ ଏହି ସମୟରେ ଶ୍ୱେତା ରଖିଥିଲେ ଏଭଳି ମନ୍ତବ୍ୟ ଯାହା ବେଶ ନିନ୍ଦାଜନକ ବୋଲି କୁହାଯାଇଛି ।
ଭଗବାନଙ୍କ ଉପରେ ଏଭଳି କିଛି ଲଜ୍ଜିତ ମନ୍ତବ୍ୟ ଦେଇ ଶ୍ୱେତା ଯାହାଫଳରେ ସଂସ୍କୃତି ବଚାଓ ମଞ୍ଚ ପକ୍ଷରୁ ଶ୍ୱେତାଙ୍କ ବିରୋଧରେ ପ୍ରତିବାଦ କରାଯାଇଥିଲା । ଏମିତିକି ଶ୍ୱେତାଙ୍କ ଫଟୋ ମଞ୍ଚ ପକ୍ଷରୁ ଜଳାଯାଇ ପ୍ରତିବାଦକୁ ତୀବ୍ର କରାଯାଇଥିଲା । ମଞ୍ଚ ପକ୍ଷରୁ ଅଭିନେତ୍ରୀ ଜଣକ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରାଯାଇଛି । ଆହୁରି ମଧ୍ୟ ଦାବି କରାଯାଇଛି ଯେ ଶ୍ୱେତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଉ । ଏପଟେ ଶ୍ୱେତାଙ୍କ ଏହି ବିବାଦୀୟ ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶ୍ୱେତା କହିଛନ୍ତି ଯେ “ଭଗବାନ ତାଙ୍କ ଅନ୍ତବସ୍ତ୍ରର ମେଜର କରୁଛନ୍ତି” ।
ଭିଡିଓ ଭାଇରାଲ ହେବାର କିଛି ସମୟ ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଜାଣିବାକୁ ପାଇଥିଲେ । ଭୋପାଳ ପୋଲିସ କମିଶନରଙ୍କୁ ଏହି ଘଟଣାରେ ଯାଞ୍ଚ କରିବାକୁ ଓ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୋଲିସ କମିଶନର ମାର୍କଣ୍ଡ ଦେଓସ୍କର କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି ଏବଂ ଖୁବଶୀଘ୍ର ଅଭିନେତ୍ରୀଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯାଇପାରେ ।