କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟ ପଦ୍ମଭୂଷଣ ସମ୍ମାନ ଗ୍ରହଣ କରିବାକୁ ମନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ନେଇ କେହି ସୂଚନା ଦେଇ ନାହାଁନ୍ତି। ବୁଦ୍ଧଦେବ କହିଛନ୍ତି ଯେ ଯଦି ମୋତେ ପଦ୍ମ ବିଭୂଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି, ତେବେ ମୁଁ ଏହାକୁ ବାରଣ କରୁଛି। ସୂଚନାଅନୁସାରେ ଯେ ବୁଦ୍ଧଦେବଙ୍କ ସହ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନାମ ପଦ୍ମ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହା ସହିତ ଉତ୍ତର ପ୍ରଦେଶର ଦିବଂଗତ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ମଧ୍ୟ ମରଣୋତ୍ତର ପଦ୍ମବିଭୂଷଣ ପ୍ରଦାନ ନେଇ ଘୋଷଣା କରାଯାଇଛି।