ସାଉଥ୍ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଚର୍ଚ୍ଚିତ ଯୋଡି ସାମନ୍ଥା ଓ ନାଗା ଚୈତନ୍ୟ ଗତ ବର୍ଷ ନିଜ ବିବାହ ବିଚ୍ଛେଦର ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଦୁହେଁ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିବାହ ବିଚ୍ଛେଦ ପରଠାରୁ ଦୁହେଁ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହ ବିଚ୍ଛେଦର ଖବର ଚର୍ଚ୍ଚାରେ ରହିଥିବା ବେଳେ କେହି ବି ଏନେଇ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନଥିଲେ । ୨୦୨୧ ଅକ୍ଟୋବର ମାସରେ ବିବାହ ବିଚ୍ଛେଦର ସୂଚନା ଦେଇଥିଲେ । ହେଲେ ଏବେ ସାମନ୍ଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ସାମନ୍ଥା ଏହି ପୋଷ୍ଟକୁ ଡିଲିଟ୍ କରିଥିବା ବେଳେ ନାଗା କିନ୍ତୁ ଏହାକୁ ଡିଲିଟ୍ କରିନାହାନ୍ତି। କିନ୍ତୁ ଏହା ସାମନ୍ଥାଙ୍କ ପ୍ରୋଫାଇଲରୁ ଜାଣିଶୁଣି ଡିଲିଟ୍ କରାଯାଇଛି କିମ୍ବା କ’ଣ, ତାହା ଜଣାପଡିନାହିଁ।
ବାସ୍ତବରେ କହିବାକୁ ଗଲେ ସାମନ୍ଥା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ବିବାହ ବିଚ୍ଛେଦ ନେଇ କରିଥିବା ଲମ୍ବା ଚଉଡ଼ା ପୋଷ୍ଟକୁ ଡିଲିଟ୍ କରି ଦେଇଛନ୍ତି । ତେବେ ରିପୋର୍ଟରୁ ପ୍ରକାଶ ଯେ, ସାମନ୍ଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍ କ୍ଲିନ୍ କରୁଥିବା ସମୟରେ ପୋଷ୍ଟ ଡିଲିଟ୍ ହୋଇଯାଇଛି । ତେବେ ସେମାନେ ଦୁହେଁ ପୁଣିଥରେ ଏକାଠି ହେବାର କୌଣସି ଆଶଙ୍କା ନାହିଁ ।
ସୂଚନାଯୋଗ୍ୟ, ସାମନ୍ଥା ଏବେ ସ୍ୱିଜରଲ୍ୟାଣ୍ଡରେ ଛୁଟି ମନାଉଛନ୍ତି । ତେବେ ନିକଟରେ ଏକ ଫିଲ୍ମ ପ୍ରୋମୋଶନ୍ ସମୟରେ ନାଗା ବିବାହ ବିଚ୍ଛେଦକୁ ନେଇ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ, ସେ ଯଦି ଖୁସି ଅଛନ୍ତି ତାହେଲେ ମୁଁ ଖୁସି । ଏପରି ପରିସ୍ଥିତିରେ ଅଲଗା ଡିଭୋର୍ସ ହିଁ ଠିକ୍ ।
Sign in
Sign in
Recover your password.
A password will be e-mailed to you.