ବହୁଚର୍ଚ୍ଚିତ ବ୍ରହ୍ମପୁର ସୁମିତ-ତପସ୍ୱିନୀ ପାରିବାରିକ କଳହ ମାମଲା । ଏତଲା ଦେବା ପରେ କାର୍ୟ୍ୟାନୁଷ୍ଠାନରେ ବିଳମ୍ବ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରମୋଦ ସାହୁ । ଗତ ଡିସେମ୍ବର ୨୦ ତାରିଖରେ ତପସ୍ୱିନୀ, ପ୍ରମିଳା ତ୍ରିପାଠୀ ଓ ତାଙ୍କ ୩୦ରୁ ଅଧିକ ସହଯୋଗୀ ଅଭଦ୍ର ଭାଷାରେ ଗାଳି ଦେବା ସହ ଗେଟ ଭାଙ୍ଗି ଘରେ ପଶିଥିବା ନେଇ ଅଭିଯୋଗ କରିଥିଲେ ଶ୍ୱଶୁର ପ୍ରମୋଦ ସାହୁ ।
ଏନେଇ ଥାନାରେ ଏତଲା ଦେଇଥିଲେ ବାପା ପ୍ରମୋଦ ସାହୁ । ସେପଟେ ଏତଲା ଦେବା ପରେ ବି ପୋଲିସର କାର୍ୟ୍ୟାଷ୍ଠାନରେ ବିଳମ୍ବ ହେବାରୁ ପ୍ରମୋଦ ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।