ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ସରପଞ୍ଚ ପଦବୀ ଏବଂ ବ୍ଲକ ଚେୟାରମ୍ୟାନ ପଦବୀ ଗୁଡିକୁ ଉଛେଦ କରିଦେଇଥିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଘେରାଉ । ସଂରକ୍ଷଣ ଆଇନ ଲାଗୁ କରିବା ଦାବିରେ ବଲାଙ୍ଗିର ଜ଼ିଲ୍ଲାପାଳ ଅଫିସ ଆଗରେ ଧାରଣା ଦେବେ ଆଦିବାସୀ ସଂଘ ।
ବଲାଙ୍ଗିର ସମ୍ବଲପୁର ରାସ୍ତା, ବଲାଙ୍ଗିର-ଟିଟିଲାଗଡ ରାସ୍ତା , ବଲାଙ୍ଗିର-ପାଟଣା ଗଡ ରାସ୍ତାରୁ ଶୋଭାଯାତ୍ରାରେ ବାହାରି ଶକ୍ତି ଦେଖାଇଛନ୍ତି ଆଦିବାସୀ । ଏପରି କି ଜିଲ୍ଲାପାଳ ଅଫିସ ଆଗରେ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । କିଛି ସମମୟର ଉତ୍ତେଜନା ପରେ ସ୍ଥିତି କୁ ନିୟନ୍ତ୍ରଣ କରିଥିଲା ପୋଲିସ । ଦାବି ପୁରଣ ନହେଲେ ପୁଣି ଆନ୍ଦୋଳନର ର ଚେତାବନି ଦେଇଛନ୍ତି ଆଦିବାସୀ ।