ଏଥର ଖଣ୍ଡଗିରିବାସୀ ଙ୍କୁ ମିଳିବ ଓଡ଼ିଶା ହୋଟେଲ୍ର ସୁସ୍ୱାଦୁ ଖାଦ୍ୟ । ଖଣ୍ଡଗିରି ବାସୀଙ୍କୁ ସୁଆଦିଆ ଖାଇବା ଯୋଗାଇବ ଓଡିଶା ହୋଟେଲ । ଓଡ଼ିଆ ଙ୍କ ଖାଦ୍ୟ ଓ ଓଡ଼ିଶାବାସୀ ଙ୍କ ଦ୍ଵାରା ସର୍ବଦାଦୃତ “ଓଡ଼ିଶା ହୋଟେଲ୍” ର ଏକ ନୂତନ ଶାଖା ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରେ ଉଦ୍ ଘାଟିତ ହୋଇ ଯାଇଛି।
ଏହାକୁ ଆନୁଷ୍ଠାନିକ ଭାବେ ଓଡ଼ିଶା ସରକାର ଙ୍କ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ ଓ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅର୍ଦ୍ଦେନ୍ଧୁ ସାହୁ ଉଦଘାଟନ କରିଥିଲେ। ଉଦ୍ ଘାଟନୀ ଉତ୍ସବରେ ଅଭିନେତା ରୁଦ୍ର, ଅଭିନେତ୍ରୀ ଜୀନା ଓ ଓଡ଼ିଶା ହୋଟେଲ୍ ର ନିର୍ଦେଶକ ରାଜୀବ ରାଜବୀର ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା ହୋଟେଲ୍ ର ଏହା ୫ମ ଶାଖା ଏଥି ପୂର୍ବରୁ ଭୁବନେଶ୍ବରରେ ୪ଟି ଓ କଟକ ରେ ମଧ୍ୟ ଗୋଟିଏ ଶାଖା ଖୋଲି ଓଡ଼ିଶାବାସୀ ଙ୍କୁ ଓଡ଼ିଆ ଖାଦ୍ୟ ପରସି ସୁନାମ ଅର୍ଜନ କରିଛନ୍ତି।
ଏହି ହୋଟେଲ ଭାତ,ମଟନ୍,ବଢ଼ି ଚୁରା, କଖାରୁ ଫୁଲ ଭଜା, ବିଭିନ୍ନ ପ୍ରକାରର ଶାଗଭଜା,ଛତୁ ପୋଡ଼ା,ମାଛ ପୋଡ଼ା, ମାଂସ ପୋଡ଼ା, ବିଭିନ୍ନ ପ୍ରକାରର ମାଛ ତରକାରୀ ପାଇଁ ସୁପ୍ରସିଦ୍ଧି ଲାଭ କରି ସାରିଛି।
ଓଡ଼ିଶା ହୋଟେଲ୍ ଓଡ଼ିଶା ବାହାରେ ପୁନେ ଓ ଦିଲ୍ଲୀ ରେ ମଧ୍ୟ ଶାଖା ଖୋଲି ସୁସମ ଖାଦ୍ୟ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି। ଭୁବନେଶ୍ୱର ରେ ଏହା ୪ର୍ଥ ଶାଖା ।