ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଂଜିକୃତ ସମ୍ବାଦପତ୍ର ହକରମାନଙ୍କୁ ସରକାରୀ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ । ଏହା ଗତ ନଭେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ । ହକରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଂରୁ କୋଭିଡ ସହାୟତା ବାବଦକୁ ୬ ହଜାର ଟଙ୍କା ଲେଖାଏଁ ହକରମାନଙ୍କୁ ପ୍ରଦାନ କରାଯିବ । ସେମାନଙ୍କ ଆକାଂଉଟକୁ ସିଧାସଳଖ ଏହି ଟଙ୍କା ଯିବ । ଏହାଛଡା ହକରମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ ।