ନୂଆପଡା: ଆଜାଦୀ ର ଅମୃତ ମହୋତ୍ସବ ରେ ରଙ୍ଗୋଲି କରି ପ୍ରଶଂସିତ ହେଇଛନ୍ତି ନୂଆପଡ଼ା ଏଲଲବ୍ୟ ସ୍କୁଲର ଛାତ୍ରୀ ମାନେ। କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ତାଙ୍କ ଟୁଇଟର ପେଜ ରେ ନୂଆପଡା ଏକଲବ୍ୟ ସ୍କୁଲ ଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିବା ଜାତୀୟ ପତାକାର ଫୋଟୋ ସେୟାର କରି ପ୍ରଶଂସା କରିଛନ୍ତି । ସେହି ସ୍କୁଲର ଚାରି ଜଣ ଛାତ୍ରୀ ବନିତା ମାଝୀ, ସ୍ୱପ୍ନାରାଣୀ ଶବର, ଦିବ୍ୟଶିଖା ଭୋଇ ଓ ଶୁଭ୍ରତା ଶବର ଜାତୀୟ ସ୍ତରରେ ହୋଇଥିବା ରଙ୍ଗୋଲି ପ୍ରତିଯୋଗିତାରେ ଅତି ସୁନ୍ଦର ଭାବରେ ଭାରତୀୟ ଜାତୀୟ ପତାକା ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ରଙ୍ଗୋଲି ତିଆରି କରିଥୁଲେ। ଛାତ୍ରୀ ମାନଙ୍କ କହିବା ଅନୁସାରେ ଜାତୀୟ ପତାକା ଆମ ପାଇଁ ହେଉଛି ଏକତାର ପ୍ରତୀକ , ଦେଶ ପ୍ରେମର ପ୍ରତୀକ , ଦେଶରେ ବିଭିନ୍ନ ବେଶ ଭୁଷା ଥିଲେ ବି ଜାତୀୟ ପତାକା ଆମକୁ ଗୋଟିଏ ଜାଗାରେ ଠିଆ କରିବାରେ ସକ୍ଷମ କରିଥାଏ। ଏହା ଆମ ପାଇଁ ତଥା ଆମ ବିଦ୍ୟାଳୟ , ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଏକ ଖୁସିର କଥା ଯେ ଆମ ରଙ୍ଗୋଲି ପାଇଁ ଆମକୁ କେନ୍ଦ୍ର ମନ୍ତ୍ରାଳୟ ତରଫରୁ ପ୍ରଶଂସା କରାଯାଇଛି। ଏହି ପ୍ରତିଯୋଗୀତାରେ କୌଣସି ପୁରସ୍କାର ପାଇବା ଆଶାରେ ନୁହେ ବରଂ ଆଜାଦୀ ର ଅମୃତ ମହୋତ୍ସବ ରେ ସେହି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଭଳି ରଙ୍ଗୋଲି କରିଥିଲେ।
ଏହି ଛାତ୍ରୀ ମାନଙ୍କୁ ଫ୍ଲାଗ ଫାଉଣ୍ଡେସନ ତରଫରୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି। ଏସସି ଏସଟି ଡେଭଲପମେଣ୍ଟ ଡ଼ାଇରେକ୍ଟର ପୁନମ ଗୁହା ମଧ୍ୟ ଆଜି ସ୍କୁଲ ପ୍ରିନ୍ସିପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.