ପୁରୀ:ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲାଇଙ୍କ ମୃତ୍ୟୁ ମାମଲାରେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ପୋଷ୍ଟମର୍ଟମ ରିପୋର୍ଟ । ଖବର ଅନୁଯାୟୀ, ବ୍ରହ୍ମଗିରିରେ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା । ମାମଲାରେ ତଦନ୍ତ ପୋଲିସ କରୁଥିବା ବେଳେ ଏହାକୁ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ବ୍ରହ୍ମଗିରି ଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି । ଆଉ ଏବେ ଆସିଛି ଚିତ୍ତରଞ୍ଜନ ପଲେଇଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ ।କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଛି ପୋଷ୍ଟ ମର୍ଟମ ରିପୋର୍ଟ । ତଦନ୍ତର ଶେଷ ପର୍ୟ୍ୟୟରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଥିବା କୁହାଯାଉଛି । ଅନ୍ୟପଟେ ମାମଲାର ଅଭିଯୁକ୍ତ ବୋଲି କୁହାଯାଉଥିବା ଜଗନ୍ନାଥ ଷଡଙ୍ଗୀ ଓରଫ ଜଗା କହୁଛି ଏହା ଦୁର୍ଘଟଣା । କିନ୍ତୁ ପାରିପାଶ୍ୱିର୍କ ଅବସ୍ଥିତିରୁ ଏହା ହତ୍ୟା ବୋଲି ଆଶଙ୍କା କରାଯାଉଛି । ଖାପ୍ ଖାଉ ନଥିବାରୁ ଏହା ହତ୍ୟା ବୋଲି ଆଶଙ୍କା କରାଯାଉଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ଟିମ୍ ଦ୍ୱନ୍ଦରେ ଥିବା କୁହାଯାଉଛି ।