Odia News Portal

କେରଳ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି ଡବଲ ମର୍ଡର

କୋଚି: ଦୁଇଟି ରାଜନୈତିକ ହତ୍ୟା କେରଳର ରାଜନୀତିକୁ ଗରମ କରିଦେଇଛି । ୧୨ ଘଣ୍ଟା ମଧ୍ୟରେ ଦୁଇ ନେତାଙ୍କ ହତ୍ୟା ଘଟଣା ଆଲାପୁଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି କରିଛି । ଫଳରେ ୧୪୪ ଧାରା ଲାଗୁ କରାଯାଇଛି । ଏହି ଘଟଣାକୁ CM ମଧ୍ୟ ନିନ୍ଦା କରିଛନ୍ତି ।
ରବିବାର ସକାଳେ ଆଲାପୁଜାଠାରେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା । ମୃତକଙ୍କ ନାମ ରଣଜିତ୍ ଶ୍ରୀନିବାସନ୍, ଯିଏକି ବିଜେପି ଓବିସି ମୋର୍ଚ୍ଚାର ସଚିବ ଥିଲେ । କୁହାଯାଉଛି ଯେ ସକାଳେ କିଛି ଲୋକ ତାଙ୍କ ଘରେ ପ୍ରବେଶ କରି ତାଙ୍କୁ ହତ୍ୟା କରିଥିଲେ । ଏହାପୂର୍ବରୁ ଶନିବାର ବିଳମ୍ବିତ ରାତିରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ନେତା କେ.ଏସ୍ ଶାନଙ୍କୁ ହତ୍ୟା କରାଯାଇଥିଲା ।
ଏହି ହତ୍ୟାକାଣ୍ଡ ପାଇଁ ଦଳ ଆରଏସଏସକୁ ଦାୟୀ କରିଛି । ଏସଡିପିଓ ନେତା କେ.ଏସ୍ ଶାନଙ୍କ ପ୍ରତିଶୋଧ ନେଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ୧୨ ଘଣ୍ଟା ମଧ୍ୟରେ ଦୁଇ ନେତାଙ୍କୁ ହତ୍ୟା କରିବା ପରେ କଲେକ୍ଟର ଦୁଇ ଦିନ ପାଇଁ ଆଲାପୁଜାଠାରେ ସେକ୍ସନ୍ ୧୪୪ ଲଗାଇଛନ୍ତି । ଏଥିସହ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଲାପୁଜାରେ ଉଭୟ ନେତାଙ୍କ ହତ୍ୟାକୁ ନିନ୍ଦା କରିଛନ୍ତି ।