Odia News Portal

ପୁଣି ଧାରଣାରେ ବସିଲେ ତପସ୍ୱିନୀ

ସ୍ୱାମୀକୁ ନପାଇ ପୁଣି ଧାରଣାରେ ବସିଲେ ବୋହୁ ତପସ୍ୱିନୀ ଦାସ ।
ତପସ୍ୱିନୀ – ସୁମିତ ପାରିବାରିକ ବିବାଦ ଏବେ ଆଉ ଏକ ମୋଡ଼ ନେଇଛି। ତପସ୍ୱିନୀଙ୍କ ପିଟିସନ ଖାରଜ କଲେ କୋର୍ଟ । ଶାଶୂଘରେ ରହିବାକୁ ଅନୁମତି ଦେଲେନି SDJM । ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଲେ । କୋର୍ଟଙ୍କ ଏଭଳି ରାୟ ପରେ ପୁଣି ସୁମିତଙ୍କ ଘର ଆଗରେ ବସିଛନ୍ତି ଡିମ୍ପଲ ।
ପୁଣି ଥରେ ସମାଜସେବୀ ପ୍ରମିଳାଙ୍କ ସହ ସୁମିତଙ୍କ ଘର ଆଗରେ ଧାରଣାରେ ବସିରହିଛନ୍ତି ତପସ୍ୱିନୀ । ସେ କହିଛନ୍ତି ଯେପର୍ୟ୍ୟନ୍ତ ନ୍ୟାୟ ନମିଳିଛି ସେ ପର୍ୟ୍ୟନ୍ତ ସେ କୁଆଡେ ଯିବେନିହିଁ । ସୂଚନା ମୁତାବକ କୋର୍ଟକୁ ଏକ ଅନୁମତି ମାଗିଥିଲେ ତପସ୍ୱିନୀ । ସେ ସ୍ୱାମୀ ଘର ଆଗରେ ଧାରଣାରେ ବସି ରହିବାକୁ ଅନୁମତି ମାଗିଥିଲେ କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଥିଲେ ।