ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ। ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଭୂକମ୍ପରେ ଦେଶରେ ସୁନାମି ଚେତାବନୀ। ଭୂକମ୍ପର ତ୍ରୀବତା ଥିଲା ୭.୩। ମାଉମେରୋ ସହରର ଉତ୍ତର ଦିଗଠାରୁ ୧୦୦ କିଲୋମିଟର ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ।
ଫ୍ଲୋରେସ ସମୁଦ୍ରରେ ୧୦ଟା ୨୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ବଡ଼ ବଡ଼ ଢେଉ ମାଡ଼ି ଆସିବାର ଆଶଙ୍କା ରହିଛି । ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି ।