Odia News Portal

ପିଲାଙ୍କ ସହ କ୍ଲାସ ରୁମ୍ ରେ ବସି ସ୍ମାର୍ଟସ୍କୁଲର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

କ୍ଲାସ ରୁମରେ ପିଲାଙ୍କ ସହ ବସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗଂଜାମ ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମ ଅବସରରେ ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯାଇ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଏହା ପରେ ନିଜ ନିର୍ବାଚନ କ୍ଷେତ୍ରରେ ସ୍ମାର୍ଟ ସ୍କୁଲ ରୂପାନ୍ତରଣର ଅନୁଧ୍ୟାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ସ୍ମାର୍ଟ କ୍ଲାସରେ ପିଲାମାନଙ୍କ ଗହଣରେ ବସିବା ସହିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏତିକି ବେଳେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକ ଫଟୋଚିତ୍ର ଉପହାର ଦେଉଥିବା ଦେଖିବାକୁ ମିଳିଥିଲା । ସ୍କୁଲରେ ପ୍ରତିଷ୍ଠା ହୋଇଥିବା ଅତ୍ୟାଧୁନିକ ଲାବୋରେଟୋରୀ ଓ ଲାଇବ୍ରେରୀକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସ୍ୱାସ୍ଥ୍ୟ ସେବା ସହ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଛି ସରକାରୀ ସ୍କୁଲର ରୂପାନ୍ତରଣ କାର୍ୟ୍ୟକ୍ରମ । ସ୍ମାର୍ଟ ହେଉଛି ରାଜ୍ୟର ବଛାବଛା ସରକାରୀ ସ୍କୁଲ । ଗଞ୍ଜାମ ଜିଲ୍ଲାରେ ମୋଟ୍ ୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ କରାଯାଇଛି ।