Odia News Portal

୨୦ କିମି ବେଗରେ ଆସୁଛି ଜୱାଦ


ଆଗାମୀ ୬ଘଣ୍ଟାରେ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ ଜୱାଦ୍ । ଅବପାତରେ ପରିଣତ ହୋଇ ପୁରୀ ଉପକୂଳ ଦେଇ ଅତିକ୍ରମ କରିବ । ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡିଶା ଉପକୂଳ ଦେଇ ଯିବା ସମ୍ଭାବନା । ପଶ୍ଚିମବଙ୍ଗ ଆଡକୁ ପଳାଇବ ଜୱାଦ । ମଧ୍ୟରାତ୍ରୀ ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ବର୍ତ୍ତମାନ ପୁରୀଠାରୁ ୧୨୦ କିମି ଦୂରରେ ରହିଛି । ଘଣ୍ଟାପ୍ରତି ୨୦କିମି ବେଗରେ ଜୱାଦ ହେଉଛି ଅଗ୍ରସର । ସେପଟେ, ରାଜ୍ୟର ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି । ଏହାଛଡ଼ା ନୟାଗଡ଼ରେ ୧୦୭.୫, ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି, ଖୋର୍ଦ୍ଧାର ବାଣପୁରରେ ୮୧, ଗଞ୍ଜାମର ପୋଲସରାରେ ୭୧.୮, ଜଗତସିଂହପୁରରେ ୬୮ ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୬୫ ମିମି ବର୍ଷା ହୋଇଥିବା ଜଣାଯାଇଛି । ବର୍ତ୍ତମାନ ଗଭୀର ଅବପାତ ରହିଛି, ଦୁର୍ବଳ ହୋଇ ଅବପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।