ରାଜଧାନୀ ଦିଲ୍ଲୀରେ ଓମିକ୍ରନର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।ଏହି ରୋଗୀ ଜଣକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତୀ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ବିଦେଶରୁ ଆସିଥିବା ୧୨ ଜଣ ନମୁନାକୁ ଟେଷ୍ଟିଙ୍ଗ ପାଇଁ ପଠାଯାଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ସାଧାରଣ କରୋନା ରିପୋର୍ଟ ଆସିଥିବା ବେଳେ ଦ୍ୱାଦଶ ବ୍ୟକ୍ତି ଜମଙ୍କର ଓମିକ୍ରନ ପଜିଟିଭ ବାହାରିଥିଲା